29.1 C
Bhubaneswar
Saturday, October 10, 2026
Homeଓଡିଶାରାସ୍ତା ମରାମତି ଦାବିରେ ୮ ଘଣ୍ଟିଆ ବିନିକା ବନ୍ଦ

ରାସ୍ତା ମରାମତି ଦାବିରେ ୮ ଘଣ୍ଟିଆ ବିନିକା ବନ୍ଦ

ସୁବର୍ଣ୍ଣପୁର : ରାସ୍ତା ମରାମତି ଦାବିରେ ବନ୍ଦ ପାଳନ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ମୁଖ୍ୟ ରାସ୍ତା ମରାମତି ଦାବିରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଜି ବନ୍ଦ ପାଳନ କରାଯାଉଛି। ଅଭିଯୋଗ ଅନୁସାରେ ବର୍ଷ ବର୍ଷ ଧରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ମୁଖ୍ୟରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଏହି ରାସ୍ତା ପ୍ରାୟ ପ୍ରତିଦିନ ଦୁର୍ଘଟଣା ଘଟିବା ସହ ଲୋକଙ୍କ ଜୀବନ ଯାଉଛି। ଖାଲଢିପ ଏବଂ ଧୂଳିମୟ ରାସ୍ତାରେ ଯାତାୟାତ କରି ଲୋକେ ବହୁ ସମସ୍ୟା ଭୋଗୁଛନ୍ତି । ବାରମ୍ବାର ଅଭିଯୋଗ ପରେ ବି ମରାମତି ହେଉନଥିବା ଅଭିଯୋଗ ହେଉଛି। ପ୍ରତିବାଦରେ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ତେବେ ଏହି ବନ୍ଦରୁ ଜରୁରୀ ସେବାକୁ ବାଦ୍ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking