34.1 C
Bhubaneswar
Monday, October 5, 2026
Homeଓଡିଶାବିଳମ୍ବିତ ରାତିରେ ଅଗ୍ନିକାଣ୍ଡ: ୪ ବଖରା ଘର ଜଳିଗଲା, ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ

ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ: ୪ ବଖରା ଘର ଜଳିଗଲା, ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ

କେନ୍ଦ୍ରାପଡା : ମହାକାଳପଡ଼ା ବ୍ଲକ ଲାଞ୍ଜୁଡା ପଞ୍ଚାୟତର ଶାସନ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି | ଅଗ୍ନିକାଣ୍ଡରେ ଜନୈକ ବ୍ୟକ୍ତିଙ୍କ ୪ ବଖରା ନଡା ଛପର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି |ସୂଚନା ଅନୁଯାୟୀ, ଶାସନ ଗ୍ରାମର ବାବୁଲାଲ କରଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ହଠାତ୍ ନିଆଁ ଲାଗି ଯାଇଥିଲା | ଦେଖୁ ଦେଖୁ ନିଆଁ ଚାରି ବଖରା ଘରକୁ ବ୍ୟାପି ଯାଇଥିଲା | ଗ୍ରାମବାସୀ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସବୁ ଜଳି ପାଉଁଶ ହୋଇଯାଇଛି | ଅଗ୍ନିକାଣ୍ଡରେ ଘରେ ଥିବା ଧାନ, ଚାଉଳ, ଆସବାପତ୍ର, ଲୁଗାପଟା ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ପରିବାର ପକ୍ଷରୁ ପ୍ରକାଶ | ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ କାହାରି କୌଣସି କ୍ଷତି ହୋଇ ନ ଥିବା ଜଣାପଡିଛି | ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା|

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking