ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାରେ ଲାଗିଲା ନିଆଁ। ଆଜି ସକାଳ ୮ଟାରେ ହଠାତ ସୁନ୍ଦରଗଡ଼ ମୁଖ୍ଯ ଡାକଘର ସମ୍ମୁଖ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଲାଗିଲା ନିଆଁ। ନିଆଁରେ ବ୍ଯାଙ୍କ କାଗଜପତ୍ର ସହ ଅନ୍ଯ ଆସବାବପତ୍ର ଜଳି ଯାଇଥିବା ସୂଚନା।ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁ ଲିଭାଇବାକୁ ଉଦ୍ଯମ କରୁଛନ୍ତି। ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ବ୍ଯାଙ୍କ ଭିତରେ ନିଆଁ ଓ ଧୂଆଁ ଭରିଯାଇଥିବାରୁ କେତେ କଣ ଜଳିଛି ସ୍ପଷ୍ଟ ଚିତ୍ର ମିଳିନାହିଁ। ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବ୍ଯାଙ୍କରେ ନିଆଁ କିଛି ସମୟ ପାଇଁ ଲୋକଙ୍କ ଆତଙ୍କିତ କରିଥିଲା।










