ଭୁବନେଶ୍ୱର: ପୂର୍ବ ବିଜେଡି ସରକାର ନିର୍ବାଚନ ବନ୍ଦ କରିଥିଲା କହି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଲ ସୋସିଆଲ ମିଡିଆରେ ବିରୋଧୀ ଦଳ ବିଜେଡି କୁ କଡା ଟର୍ଗେଟ କରିଛନ୍ତି । କହିଛନ୍ତି, ନବୀନ ବାବୁ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ହତ୍ୟା କରିଥିଲେ । ଓଡିଶାରେ ୫ଟି ଭଳି ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଆରମ୍ଭ କରିଥିଲେ । ବିଜେଡି ଚାହୁଁ ନଥିଲା କଲେଜ କ୍ୟାମ୍ପସରୁ ଯୁବ ନେତୃତ୍ୱ ବାହାରନ୍ତୁ । ଏହା ଓଡିଶାର ଯୁବ ବର୍ଗଙ୍କ ବିରୋଧରେ ଏକ ଗଭୀର ଷଡଯନ୍ତ୍ର । ଆଜି ବିଜେଡିର ଯେଉଁମାନେ ଗଣମାଧ୍ୟମରେ ବେଶି ପାଟି କରୁଛନ୍ତି , ,ମୋନେ ସ୍ପଷ୍ଟ କରିବା ଆବଶ୍ୟକ ଯେ ଯେତେବେଲେ କ୍ରମାଗତ ଭାବରେ ବର୍ଷ ପରେ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିଲା ସେତେବେଳେ କାହିଁକି ସେମାନଙ୍କ ପାଟିଲେ ତାଲା ପଡିଥିଲା ? ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ ଏହି ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇ ନିଜର ଗଣତାନ୍ତ୍ରିକ ଅଧିକାର ଏବଂ ଦାୟିତ୍ୱକୁ ସୁନିଶ୍ଚିତ କରନ୍ତୁ । ନିର୍ବାଚନ ପ୍ରକ୍ରିୟାରେ ସକାରାତ୍ମକ ଆଲୋଚନା ଏବଂ ସୁସ୍ଥ ବାତାବରଣ ସମସ୍ତଙ୍କ ପ୍ରାଥମିକତା ରହୁ । କଲେଜ କ୍ୟାମ୍ପସ ନିର୍ବାଚନର ଅନୁଭୂତି ସମସ୍ତଙ୍କ ଜୀବନର ଏକ ଅଭୁଲା ସ୍ମୃତି ହୋଇ ରହିଥାଏ । ନିର୍ବାଚନରେ ଅଂଶ ଗ୍ରହଣ କରିବା ପାଇଁ ଯାଉଥିବା ସମସ୍ତ ଛାତ୍ରଛାତ୍ରୀ ଆନ୍ତରିକ ଶୁଭେଚ୍ଛା ।










