ସବୁଠୁ ଭଲ ଔଷଧ-“ହସିବା”, ସବୁଠୁ ବଡ଼ ସମ୍ପତି-“ବୁଦ୍ଧି”
ସବୁଠୁ ଭଲ ଅସ୍ତ୍ର-“ଧର୍ଯ୍ୟ” , ସବୁଠୁ ସୁନ୍ଦର ସୁରକ୍ଷା-“ବିଶ୍ୱାସ”
ହଁ ବଡ଼ ଖୁସିର କଥା ,ଏ ସବୁ ବିନା ମୂଲ୍ୟରେ ମିଳେ ll
ଜୀବନ ହେଉଛି ଏକ କଠିନତମ ପରୀକ୍ଷା ଏହି ପରୀକ୍ଷାରେ ସେହିମାନେ ଫେଲ ହୋଇଯାଆନ୍ତି, ଯେଉଁମାନେ ଅନ୍ୟକୁ କପି କରିବାକୁ ଚେଷ୍ଟା କରନ୍ତି କାରଣ ସେମାନେ ଜାଣନ୍ତିନି ଯେ, ଏଠି ସମସ୍ତଙ୍କର ଅଲଗା ଅଲଗା ପ୍ରଶ୍ନପତ୍ର . ତେଣୁ ନିଜକୁ କେବେ ଅନ୍ୟ ସହ ତୁଳନା କରନି.. କାରଣ ଭଗବାନ ସମସ୍ତଙ୍କୁ ସମାନ କରିନାହାନ୍ତି, ତେଣୁ ନିଜ ହିସାବରେ ନିଜେ ରୁହ ll
ସମୟ ଆଉ ସଂସ୍କାର ଏ ଦୁଇଟିଯାକ ଆମ ସଫଳ ଜୀବନରେ ନିହାତି ଆବଶ୍ୟକ କାରଣ ସମୟ ଖରାପ ଚାଲିଥିଲେ ସଂସ୍କାରର ମାନେ କିଛି ନଥାଏ ଆଉ ଉତ୍ତମ ସଂସ୍କାର ନଥିଲେ ସମୟର ମାନେ କିଛି ନଥାଏ ତେଣୁ ଏ ଦୁଇଟି କୁ ନିଜ ଆୟତ୍ତ ରେ ରଖନ୍ତୁ ଆଉ ସଫଳ ଜୀବନ ବିତାନ୍ତୁ ll.
ଅକ୍ଲାନ୍ତ ପରିଶ୍ରମ ବୃଥା ହୋଇଯାଏ ଯଦି ପରିଶ୍ରମଟି ସଠିକ ଦିଗରେ କରା ନ ଯାଏ; ଆଉ ଯଦି ଦିଗ ଠିକ ହୋଇଥାଏ ତା’ହେଲେ ଅକ୍ଲାନ୍ତ ପରିଶ୍ରମର ଆବଶ୍ୟକତା ମଧ୍ୟ ଜମାରୁ ପଡ଼ି ନଥାଏ ।
ଜଳର ଶୀତଳତା ପାତ୍ରର ସୁନ୍ଦରତା ଉପରେ ନିର୍ଭର କରେ ନାହିଁ। ଠିକ ସେହିପରି କୌଣସି ବ୍ୟକ୍ତିର ବୁଦ୍ଧି, ଜ୍ଞାନ, ବିବେକ ତାର ସୌନ୍ଦର୍ଯ୍ୟ ଉପରେ ଜମାରୁ ନିର୍ଭର କରେ ନାହିଁ।
ଯେପରି ସୂର୍ଯ୍ୟ ଅସ୍ତ ହେଲାପରେ ଆକାଶର ରଙ୍ଗ ଆପେ ଆପେ ବଦଳି ଯାଇଥାଏ ,ଠିକ୍ ସେହିପରି ଦୁଃଖ ସମୟରେ ଅତି ଆପଣାର ବୋଲି ଭାବୁଥିବା ଲୋକ ମଧ୍ୟ ଏଠି ନିଜର ଠିକଣା ବଦଳାଇ ଦିଏ ।
ସଫଳତାର ଶୀର୍ଷରେ ପହଞ୍ଚିବାକୁ ହେଲେ କୌଣସି ପ୍ରମାଣପତ୍ରର ଆବ୍ୟଶ୍ୟକତା ପଡିନଥାଏ କେବଳ ନିରନ୍ତର ପ୍ରଚେଷ୍ଟା ହିଁ ଏକମାତ୍ର ମାଧ୍ୟମ ହୋଇଥାଏ।
ଅଦ୍ୟ ଫେବୃଆରୀ ମାସ ୦୩ ତାରିଖ ୨୦୨୫ ମସିହା (ସୋମବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ମାଘମାସ- ଶୁକ୍ଳପକ୍ଷ
ତିଥି- ପଞ୍ଚମୀ ଦିବା ଘ ୦୬/୫୮ ଗତେ ଷଷ୍ଠୀ
ନକ୍ଷତ୍ର- ରେବତୀ ରାତ୍ରି ଘ ୧୧/୫୬ ଗତେ ଅଶ୍ଵିନୀ
ଚନ୍ଦ୍ର – ମୀନ*ରାତ୍ରି ଘ ୧୧/୫୬ ଗତେ ମେଷ
ଯୋଗ- ସିଦ୍ଧି
କରଣ – ବାଳବ
ସୌରମାସ- ମକର ୨୧ ଦିନ ✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/୩୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୬/୫୨
*✧═════•❁❀
ଯୋଗିନୀ ଦକ୍ଷିଣେ ଦିବା ଘ୦୬/୫୯ ଗତେ ପଶ୍ଚିମେ
ଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ଧନୁ ରାଶିର ଘାତଚନ୍ଦ୍ର
ମିଥୁନ ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୭/୪୭ ଗତେ ଘ୦୯/୧୨ମଧ୍ୟେ
ବାରବେଳା – ଦିବା ଘ୦୨/୫୦ ଗତେ ଘ୦୪/୧୪ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୪୬ ମଧ୍ୟେ ଓ ଘ୧୧/୧୧ଗତେ ଘ୦୧/୩୫ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୦୦ ଗତେ ଘ୦୫/୩୫ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ବେଲ ଦିବା ଘ୦୬/୪୮ ଗତେ ନିମ୍ବ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ।*
✧═════•❁❀❁•═════
ବୃଷ
ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।*
✧═════•❁❀❁•═════
ମିଥୁନ
: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।*
✧═════•❁❀❁•═════
କର୍କଟ
: ଆଜି ଆପଣ କିଛି ଖାସ୍ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।*
✧═════•❁❀❁•═════
ସି˚ହ
: ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ।*
✧═════•❁❀❁•═════
କନ୍ୟା
: ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।*
✧═════•❁❀❁•═════
ତୁଳା
ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।*
✧═════•❁❀❁•═════
ବିଛା
: ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ପାଇବେ।*
✧═════•❁❀❁•═════
ଧନୁ
: ଆପଣ ନିଜକୁ ଖୁବ୍ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।*
✧═════•❁❀❁•═════
ମକର
: ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।*
✧═════•❁❀❁•═════
କୁମ୍ଭ
: ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସିେର ସମୟ କଟିବ।*
✧═════•❁❀❁•═════
ମୀନ
ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।