28.1 C
Bhubaneswar
Saturday, April 27, 2024
Homeଅପରାଧମହିଳାଙ୍କୁ ୭୯ ଦିନ ଯୌନଶୋଷଣ , ତାନ୍ତ୍ରିକ ଦ୍ବାରା ଗୃହବନ୍ଦୀ ଥିଲେ ମା’-ପୁଅ

ମହିଳାଙ୍କୁ ୭୯ ଦିନ ଯୌନଶୋଷଣ , ତାନ୍ତ୍ରିକ ଦ୍ବାରା ଗୃହବନ୍ଦୀ ଥିଲେ ମା’-ପୁଅ

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ତାଙ୍କ ପୁଅ ସମ୍ମୁଖରେ ଭୋଗରାଇ ଅଞ୍ଚଳର ଜଣେ ଭଣ୍ଡ ତାନ୍ତ୍ରିକ ଦୀର୍ଘ ୭୯ ଦିନ ଧରି ବନ୍ଦ କୋଠରିରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୭୯ ଦିନ ପରେ ମହିଳାଙ୍କୁ ତାଙ୍କ ସମ୍ପର୍କୀୟମାନେ ବନ୍ଦ କୋଠରିରୁ ଉଦ୍ଧାର କରିଥିବା ବେଳେ ମହିଳାଜଣକ ଘଟଣା ନେଇ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଞ୍ଚଳର ସମ୍ପୃକ୍ତ ମହିଳାଙ୍କର ଏକ ଅଢେଇ ବର୍ଷର ପୁଅ ରହିଛି। ବିବାହର ୬ ମାସ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲରେ କଟିଥିବାବେଳେ ତହିଁ ପରଠାରୁ ସ୍ୱାମୀଙ୍କ ସହ ତାଙ୍କର ମନୋମାଳିନ୍ୟ ଆରମ୍ଭ ହୋଇଥିଲା। ଏହାପରେ ସ୍ୱାମୀ, ଶାଶୂ ଓ ଶଶୁର ତାଙ୍କ ଉପରେ ଶାରୀରିକ, ମାନସିକ ନିର୍ଯାତନା ଦେଉଥିଲେ।

ଏପରିକି ସ୍ୱାମୀ ସହ ଭଲ ସମ୍ପର୍କ ରଖିବା ପାଇଁ ଭୋଗରାଇ ଥାନା ଚନ୍ଦନେଶ୍ୱର ଫାଣ୍ଡି କଖଡା, ପୁରୁଷୋତ୍ତମପୁର ଏସକେ ତରାଫ ନାମକ ଜଣେ ଭଣ୍ଡ ତାନ୍ତ୍ରିକ ପାଖକୁ ନେଇ ତାହା ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ଶାଶୂ ବାଧ୍ୟ କରିଥିଲେ। ତାନ୍ତ୍ରିକଙ୍କ କଥାରେ ରାଜି ନ ହେଲେ ପୁଅର ଅକାଳ ମୃତ୍ୟୁ ହେବ ଓ ପରିବାରର ଅନିଷ୍ଟ ହେବ ବୋଲି କହି ତାନ୍ତ୍ରିକ ଓ ସମ୍ପୃକ୍ତା ମହିଳାଙ୍କୁ ଏକ ଘର ଭିତରେ ରଖି ବାହାରୁ ତାଲା ପକାଇ ଦେଇଥିଲେ। ଏହା ପରେ ତାନ୍ତ୍ରିକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଏ କଥା କାହାକୁ କହିଲେ ଜୀବନରୁ ଅଢେଇ ବର୍ଷର ପୁଅ ସହ ଜୀବନରୁ ମାରି ଦେବାର ଧମକ ଦେଇଥିଲା ତାନ୍ତ୍ରିକଜଣକ। ଗତ ଫେବୃଆରୀ ୭ ତାରିଖରେ ପୁଣି ବୋହୂକୁ ଚାକିରି କରାଇଦେବ କହି ସମସ୍ତ ସାର୍ଟିଫିକେଟ ନେଇ ଏନ ଏଚ-୬୦ ଆମ୍ୱଳିଅଠା ପୋଲ ଉପରକୁ ଆସ ବୋଲି ଫୋନ ଯୋଗେ ବୋହୂକୁ ଡାକିଥଲେ।

ବୋହୂ ବାପ ଘରେ କାହାରିକୁ କିଛି ନ କହି ଶାଶୂ କହିଥିବା ସ୍ଥାନକୁ ଯାଇଥିଲେ। ସେଠାରେ ଶାଶୂ ଓ ଭଣ୍ଡ ତାନ୍ତ୍ରିକକୁ ଦେଖି ବୋହୂ ହଠାତ ଦେଖି ଚାଲି ଆସିବାକୁ ଚେଷ୍ଟା କରୁଥିବା ସମୟରେ ତାନ୍ତ୍ରିକ ଜଣକ ବୋହୂର ମୁହଁକୁ ରୁମାଲରେ ଚାପି ଧରି ଜବରଦସ୍ତ କାରରେ ବସେଇ ନେଇଯାଇଥିଲା। ଆଖି ଖୋଲିବା ବେଳକୁ ମହିଳା ଜଣକ ଏକ ଅଜଣା ସ୍ଥାନରେ ଓ ବନ୍ଦ କୋଠରି ମଧ୍ୟରେ ନିଜ ପୁଅ ସହ ଥିବା ଦେଖିବାକୁ ପାଇଥିଲେ। ପରେ ଏହି ସ୍ଥାନଟି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧୀନସ୍ଥ ବଇଁଚଡିହା ଗାଁର ବୋଲି ଜାଣିପାରିଥିଲେ। ତାନ୍ତ୍ରିକ ସେହି ବନ୍ଦ କୋଠରି ଭିତରେ ମହିଳାଙ୍କୁ ୭୯ ଦିନ ଧରି ତାଙ୍କର ଅଢେଇ ବର୍ଷର ପୁଅ ସମ୍ମୁଖରେ ଦୁଷ୍କର୍ମ କରି ଚାଲିଥିଲେ। ଦିନେ ତାନ୍ତ୍ରିକ କଥାରେ ରାଜି ନ ହେବାରୁ ଅଢେଇ ବର୍ଷର ପୁଅକୁ ତାନ୍ତ୍ରିକ ଜଣକ କଚାଡି ଦେଇଥିଲା। ଫଳରେ ପୁଅର ଜଂଘ ପାଖରୁ ସମ୍ପୂର୍ଣ୍ଣ ହାଡ଼ ଭାଙ୍ଗି ଯାଇଥିଲା।

ଗତ ୨୮/୪ ତାରିଖରେ ତାନ୍ତ୍ରିକ ଜଣକ ବାହାରକୁ ଯାଇଥିବାବେଳେ ତାନ୍ତ୍ରିକ ଭୁଲରେ ଛାଡି ଯାଇଥିବା ଫୋନରେ ମହିଳା ଜଣକ ତାଙ୍କ ବାପଘର ଲୋକଙ୍କ ସହ ଯୋଗାଯୋଗ କରିଥିଲେ। ଖବରପାଇ ପରିବାର ଲୋକେ ମୋରଡା ଥାନା ପୁଲିସ ସହାୟତାରେ ଗତ ୨୮ ତାରିଖରେ ମହିଳା ଓ ତାଙ୍କ ପୁଅକୁ ସେହି ବନ୍ଦ କୋଠରି ଭିତରୁ ଉଦ୍ଧାର କରିଥିଲେ। ସେହି ସମୟରେ ତାନ୍ତ୍ରିକ ଖସି ପଳାଇଛି। ବନ୍ଦ କୋଠରୀ ଭିତରେ ତାନ୍ତ୍ରିକର ମାଡରେ ମାଆ ପୁଅ ଗୁରୁତର ହୋଇଛନ୍ତି। ଘଟଣା ସଂକ୍ରାନ୍ତରେ ଅଭିଯୋଗ ପାଇ ପୁଲିସ ମାମଲା ରୁଜୁକରି ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଇଛି। ଅନ୍ୟପଟେ ସମ୍ପୃକ୍ତା ମହିଳାଙ୍କ ସ୍ୱାମୀ, ଶାଶୂ, ଶଶୁର, ଦିଅର ଏବଂ ଭଣ୍ଡ ତାନ୍ତ୍ରିକ ଏସ କେ ତରାଫକୁ ଗିରଫ ପାଇଁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking