30.1 C
Bhubaneswar
Thursday, May 9, 2024
Homeସ୍ୱାଧୀନତା ଦିବସ -୨୦୨୩ଦେଶ ପାଳିବ ୭୭ତମ ସ୍ୱାଧୀନତା ଦିବସ

ଦେଶ ପାଳିବ ୭୭ତମ ସ୍ୱାଧୀନତା ଦିବସ

ବ୍ୟୁରୋ : ଦେଶ ପାଳନ କରିବ ୭୭ତମ ସ୍ୱାଧୀନତା ଦିବସ | କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର ପରିବେଶ | ଲାଲକିଲ୍ଲା ରେ ପତାକା ଉତ୍ତଳୋନ କରିବା ସହିତ ଦେଶ ବାସୀ ଙ୍କ ଉଦେଶ୍ୟ ରେ ବାର୍ତା ରଖିବେ ଦେଶର ପ୍ରଧାନ ମନ୍ତ୍ରୀ | ଆମେ ଭାରତୀୟ ଆଉ ଭାରତ ଆମର ଏହି ଭାବନା ସହିତ ହାତରେ ତ୍ରିରଙ୍ଗା ମନରେ ଦେଶପ୍ରେମ ଆଉ ଆଖିରେ ସ୍ୱାଧୀନତାର ଉଲ୍ଲାସ ସହିତ ଗୌରଵାନ୍ଵିତ୍ୟ ହୋଇପଡିବେ ପ୍ରତେକ ଭାରତୀୟ | ଘର ,ଗାଁ,ସହର ସବୁଠି ଗୋଟିଏ ଗୀତ ଜନଗଣମନ , ସବୁଠି ଗୋଟିଏ ଭାବ ଜାତୀୟତା ଭାବ ,ସବୁଠି ଗୋଟିଏ ଉତ୍ସଵ ସ୍ୱାଧୀନତା | ଜୟ ହିନ୍ଦ ନାରା ସହିତ ଦେଶ ମନାଇବ ୭୭ ତମ ସ୍ୱାଧୀନତା ଦିବସ | ଲାଲକିଲ୍ଲା ଏଇଠାରୁ ହିଁ ଆରମ୍ଭ ହୋଇଛି ସ୍ୱାଧୀନ ଭାରତର ସ୍ବପ୍ନ | ଗୋଟିଏ ତ୍ରିରଙ୍ଗା ତଳେ ଜାତୀୟ ଏକତା ଏବଂ ସଙ୍ଘତି ର ଶପଥ ନେଇଛନ୍ତି କୋଟି କୋଟି ଭାରତୀୟ |ଜାତି , ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକତା ହିଁ ଦେଶପ୍ରେମର ମୂଳ ମନ୍ତ୍ର | ଏହା ହିଁ ହେଉଛି ଭାରତୀୟତା | ହିନ୍ଦୁ , ମୁସଲିମ୍ ,ଶିଖ ସବୁ ଧର୍ମର ଲୋକଙ୍କର ଏଇ ଭାରତ, ଯାହାର ମୁକ ସଖି ହୋଉଛି ଏଇ ଲାଲକିଲ୍ଲା |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking