33.1 C
Bhubaneswar
Monday, May 20, 2024
Homeଓଡିଶାଖୋଲିଲା ମାର୍କେଟ ବିଲ୍ଡିଂ: ସୋ ରୁମ୍ ବନ୍ଦ

ଖୋଲିଲା ମାର୍କେଟ ବିଲ୍ଡିଂ: ସୋ ରୁମ୍ ବନ୍ଦ

ଭୁବନେଶ୍ୱର: ଖୋଲିଲା ୟୁନ୍ଖଙ୍କ-୨ ମାର୍କେଟ ବିଲ୍ଡିଂ କିନ୍ତୁ କୋଲାହେଲା ନାହିଁ ସୋ ରୁମ୍ । ମାର୍କେଟ ବିଲ୍ଡିଂର କେବଳ ରିଟେଲ ଦୋକାନ ଗୁଡିକ ଖୋଲିଥିବା ସୂଚନା ରହିଛି । ତୁଟିଲା ବିଏମସି ଓ ସେଣ୍ଟ୍ରାଲ ମାର୍କେଟ ସଙ୍ଘ ବିବାଦ । ୧୮ ଦିନ ବନ୍ଦ ରହିବା ପରେ ଆଜିଠୁ ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲଡିଂ ।

ଉଠା ଦୋକାନୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନେଇ ବିଏମସିର ସମ୍ମତି ପରେ ସ୍ଥାୟୀ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ରାଜି ହୋଇଛନ୍ତି । ଉଠା ଦୋକାନୀଙ୍କୁ ହଟାଇବା ଦାବିରେ ୧୮ ଦିନ ଧରି ବନ୍ଦ ଥିଲା ମାର୍କେଟ ବିଲଡିଂ। ସୂଚନା ଅନୁସାରେ କିଛି ଦିନ ତଳେ ଉଠା ଦୋକାନୀ ଓ ବ୍ୟବସାୟୀ ସଂଘ ମଧ୍ୟରେ ବିବାଦ ପରେ ମାର୍କେଟ ବିଲ୍ଡିଂ ଗତ ୧୮ ଦିନ ହେବ ବନ୍ଦ ରହିଥିଲା। ମାର୍କେଟ ବିଲ୍ଡିଂ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘର ଘୋଷଣା କରିଥିଲା। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଦୋକାନ ବନ୍ଦ ରଖିବାକୁ ସେଣ୍ଟ୍ରାଲ ମାର୍କେଟ ସଙ୍ଘ ନିଷ୍ପତ୍ତି ନେଇଥିଲା ।

ମାତ୍ର ମାର୍କେଟ ବିଲ୍ଡିଂ ଭିତରେ ଥିବା ପ୍ରମୁଖ ସୋ ରୁମ୍ ଗୁଡିକ ଖୋଲିନି । ଏପର୍ଯ୍ୟନ୍ତ ବିଏମସି ପକ୍ଷରୁ କୌଣସି ଲିଖିତ ପ୍ରତିଶୃତି ମିଳି ନ ଥିବା ସୂଚନା ରହିଛି । ସେଣ୍ଟ୍ରାଲ ବିଏମସି ସଂଘ- ବିଏମସି ଆଲୋଚନା ଜାରି ରହିଛି ।

ଆଜିଠୁ ଖୋଲିବ ମାର୍କେଟ୍‌ ବିଲ୍ଡିଂ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking