28.1 C
Bhubaneswar
Sunday, April 28, 2024
Homeଓଡିଶା୬ ଭଉଣୀ ଖୋଜୁଛନ୍ତି ବଞ୍ଚିବାର ସାହାରା

୬ ଭଉଣୀ ଖୋଜୁଛନ୍ତି ବଞ୍ଚିବାର ସାହାରା

ପାରଳାଖେମୁଣ୍ଡି: ଗତବର୍ଷ ମହାମାରୀ କରୋନାରେ ଉଭୟ ବାପାମା’ ତିନି ଦିନର ବ୍ୟବଧାନ ମଧ୍ୟରେ ଚାଲିଗଲେ ଆରପାରିକୁ । ଫଳରେ ବାପାମାଆଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି ପରିବାରର ୬ ଜଣ ଛୋଟ ଝିଅ । ପାଠପଢ଼ାରେ ଡୋରି ବନ୍ଧା ହୋଇଥିଲେ ମଧ୍ୟ ସାନ ୫ଜଣ ଭଉଣୀଙ୍କ ବୋଝ ମୁଣ୍ଡାଇଛନ୍ତି ବଡ଼ଭଉଣୀ । ଏମାନେ ବାପାମାଙ୍କୁ ହରାଇ ବଞ୍ଚିବାର ରାହା ଖୋଜୁଛନ୍ତି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ନୂଆଗଡ଼ ବ୍ଲକ ଖାରିସାହି ଗାଁରେ । ଗତବର୍ଷ ବିଶ୍ୱ ମହାମାରୀ କରୋନାରେ ଉର୍ବଙ୍ଗ ଦଳବେହେରାଙ୍କ ମୃତ୍ୟୁର ୩ ଦିନ ବ୍ୟବଧାନରେ ସ୍ତ୍ରୀ ସୁଜନୀ ଦଳବେହେରାଙ୍କ ମୃତ୍ୟୁ ହୋଇଯାଇଥିଲା । ଫଳରେ ପରିବାରର ୬ଜଣ କନ୍ୟା ସନ୍ତାନ ହୋଇ ଗଲେ ବାପାମା’ ଛେଉଣ୍ଡ । ଏହି ଅସହାୟ ୬ ଭଉଣୀ ହେଲେ ବଡ଼ଝିଅ ସରୋଜିନୀ (୧୫), ଅର୍ବନୀ (୧୩) ତ୍ରିବେଣୀ (୧୦) ଅଞ୍ଜଳିତା (୮), ସରିତା (୪) ଏବଂ ସାନ ଝିଅ ନନ୍ଦିତା (୨) ।

ଏମାନଙ୍କର ଦୁଃଖ ନ କହିବା ଭଲ । ନା ଦେଖି ହେଉଛି ନା କହି ହେଉଛି । ସୁରକ୍ଷିତ ଭାବେ ରହିବା ପାଇଁ ପକ୍କା ଘର ଖଣ୍ଡିଏ ମଧ୍ୟ ନାହିଁ। ବାପାଙ୍କ ଦ୍ୱାରା ତିଆରି ଭଙ୍ଗା ଦଦରା ଘରେ ରହି ଆସୁଛନ୍ତି । ଏମାନଙ୍କ କେହି ବି ସାହାରା ନଥିବାରୁ ବର୍ତ୍ତମାନ ପାଖରେ ବୃଦ୍ଧ ଅଜାଆଈଙ୍କ ଘରେ ଆଶ୍ରୟ ନେଇଛନ୍ତି । ବଡ଼ ଭଉଣୀ ସରୋଜିନୀ ୧୦ମ ଶ୍ରେଣୀରେ ପାଠ ପଢ଼ିବା ସହ ସବୁ ଦୁଃଖକଷ୍ଟକୁ ସହି କୁଲି ମଜୁରୀ ଲାଗି ସାନ ୫ଭଉଣୀଙ୍କ ପେଟକୁ ଦାନା ଯୋଗାଉଛନ୍ତି । ଦ୍ୱିତୀୟ ଝିଅ ଅର୍ବନୀ ୭ମ ଶ୍ରେଣୀରେ ପଢ଼ିବା ସହ ସାନଭଉଣୀମାନଙ୍କୁ ସମ୍ଭାଳି ନେଉଛନ୍ତି । ସରକାରଙ୍କ ସହାୟତା ଟିକିଏ ପାଇବା ସକାଶେ ଆକୁଳ ନିବେଦନ କରିଛନ୍ତ ଏମାନେ । ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କ ପାଖରେ କୌଣସି ଅଧିକାରୀ ପହଞ୍ôଚନାହାନ୍ତି । ଅନାଥ ଶିଶୁ ଥଇଥାନ ନିମନ୍ତେ ଅନେକ ଯୋଜନା ରହିଥିଲେ ମଧ୍ୟ ଏମାନଙ୍କ ପାଇଁ କୌଣସି ଉଦ୍ୟମ ହୋଇପାରୁନାହିିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking