24.1 C
Bhubaneswar
Sunday, May 12, 2024
Homeଓଡିଶାସବ୍‌ଜୁନିୟର ସଫ୍ଟବଲ୍ ଚାମ୍ପିଅନ୍‌ଶିପ୍‌: ରାଜସ୍ଥାନ-ଛତିଶଗଡ଼ ବାଳକ ଓ ମଧ୍ୟପ୍ରଦେଶ-ତେଲେଙ୍ଗାନା ବାଳିକା ଫାଇନାଲ୍‌ରେ

ସବ୍‌ଜୁନିୟର ସଫ୍ଟବଲ୍ ଚାମ୍ପିଅନ୍‌ଶିପ୍‌: ରାଜସ୍ଥାନ-ଛତିଶଗଡ଼ ବାଳକ ଓ ମଧ୍ୟପ୍ରଦେଶ-ତେଲେଙ୍ଗାନା ବାଳିକା ଫାଇନାଲ୍‌ରେ

କଟକ: ଏଠାରେ ଅନୁଷ୍ଠିତ ୩୩ତମ ଜାତୀୟ ସବ୍‌ଜୁନିୟର୍ ସଫ୍ଟବଲ୍ ଚାମ୍ପିଅନ୍‌ଶିପ୍‌ର ଦ୍ୱିତୀୟ ଦିନରେ କ୍ୱାର୍ଟର ଫାଇନାଲ୍ ଓ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ବାଳକ ବିଭାଗରେ ରାଜସ୍ଥାନ ଓ ଛତିଶଗଡ଼ ଏବଂ ବାଳିକ ବିଭାଗରେ ମଧ୍ୟପ୍ରଦେଶ ଓ ତେଲେଙ୍ଗାନା ପ୍ରବେଶ କରିଛନ୍ତି । ଆଜି ଅନୁଷ୍ଠିତ ବାଳକ ବିଭାଗ ସେମିଫାଇନାଲ୍‌ରେ ରାଜସ୍ଥାନ ୮-୦ରେ ପଞ୍ଜାବକୁ ଏବଂ ଛତିଶଗଡ଼ ୫-୦ ରନ୍‌ରେ ଉତ୍ତରାଖଣ୍ଡକୁ ହରାଇଥିଲା । ପୂର୍ବରୁ ଅନୁଷ୍ଠିତ କ୍ୱାର୍ଟର୍ ଫାଇନାଲ୍‌ରେ ରାଜସ୍ଥାନ ୭-୦ରେ ତେଲେଙ୍ଗାନାକୁ ଓ ଛତିଶଗଡ଼ ୮-୧ରେ ମହାରାଷ୍ଟ୍ରକୁ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ ।

ସେହିପରି ଅନ୍ୟ ଦୁଇଟି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍‌ରେ ପଞ୍ଜାବ ୧-୦ରେ ମଧ୍ୟପ୍ରଦେଶକୁ ଏବଂ ଉତ୍ତରାଖଣ୍ଡ ୩-୧ରେ କେରଳକୁ ହରାଇଥିଲେ । ସେହିପରି ଆଜି ଅନୁଷ୍ଠିତ ବାଳିକା ବିଭାଗ ସେମିଫାଇନାଲ୍‌ରେ ମଧ୍ୟପ୍ରଦେଶ ୫-୨ରେ ଆନ୍ଧ୍ରପ୍ରଦେଶକୁ ଓ ତେଲେଙ୍ଗାନା ୫-୦ରେ ରାଜସ୍ଥାନକୁ ହରାଇଥିଲେ । ଫାଇନାଲ୍‌ରେ ମଧ୍ୟପ୍ରଦେଶ ୪-୨ରେ ଉତ୍ତରାଖଣ୍ଡକୁ, ଆନ୍ଧ୍ରପ୍ରଦେଶ ୫-୪ରେ ଛତିଶଗଡ଼କୁ, ତେଲେଙ୍ଗାନା ୧-୦ରେ ଦିଲ୍ଲୀକୁ ଏବଂ ରାଜସ୍ଥାନ ୯-୧ ରନ୍‌ରେ ମହାରାଷ୍ଟ୍ରକୁ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking