ଭୁବନେଶ୍ୱର: ବନ୍ୟାରେ ରାଜ୍ୟର ୫ଟି ଜିଲ୍ଲାର ୬ ଲକ୍ଷ ଲୋକ ପ୍ରଭାବିତ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ୧ ଲକ୍ଷ ୬୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପ୍ରଭାବିତ ଅଞ୍ଚଳରେ ରିଲିଫ ଯୋଗାଇ ଦିଆଯିବା ସହ ରନ୍ଧା ଖାଦ୍ୟ ଦିଆଯାଉଛି । ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ବର୍ଷା ହେବାର ନାହିଁ । ୨ ତାରିଖ ପରେ ପୁନର୍ବାର ବର୍ଷା ହୋଇପାରେ ସୂଚନା ଦେଇଛନ୍ତି ମନ୍ତ୍ରୀ । ମୁଣ୍ଡଳୀରେ ସନ୍ଧ୍ୟା ସୁଦ୍ଧା ୯ ଲକ୍ଷ କ୍ୟୁସେକ ଜଳ ପ୍ରଭାହିତ ସମ୍ଭାବନା ରହିଛି । ଆଖୁଆପଦାଠାରେ ବିପଦ ସଂକେତ ତଳେ ବୌତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଉପର ମୁଣ୍ଡରେ ବର୍ଷା କମିଛି , ବୈତରଣୀରେ ବନ୍ୟା କମିଛି ,ଯାଜପୁର ଜିଲ୍ଲାରେ ୨ଟି ଘାଇ ହୋଇଛି ।










