33.8 C
Bhubaneswar
Friday, July 24, 2026
Homeଓଡିଶାଦିନ ୧୨ଟାରୁ ପହଣ୍ଡି: ଅପରାହ୍ଣ ୪ଟାରେ ରଥଟଣା

ଦିନ ୧୨ଟାରୁ ପହଣ୍ଡି: ଅପରାହ୍ଣ ୪ଟାରେ ରଥଟଣା

 ପୁରୀ : ଆଜି ପବିତ୍ର ବାହୁଡ଼ା ଯାତ୍ରା । ଗୁଣ୍ଡିଚା ମନ୍ଦିରରେ ନଅଦିନିଆ ଲୀଳାଖେଳା ପରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଶ୍ରୀମନ୍ଦିରକୁ ବାହୁଡ଼ିବେ । ଏହି ଅବସରରେ ପୁରୀ ବଡ଼ଦାଣ୍ଡ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରରେ ପାଇଁ ଶ୍ରୀକ୍ଷେତ୍ରରେ ଭିଡ଼ ଜମାଇଛନ୍ତି ।ପୂର୍ବ ପ୍ରସ୍ତୁତି ନୀତି ଅନୁଯାୟୀ, ଦିନ ୧୨ଟାରୁ ପହଣ୍ଡି ବିଜେ ଆରମ୍ଭ ହେବ । ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବା ପରେ ଅପରାହ୍ଣ ୪ଟାରେ ତିନି ରଥ ଟଣା ଆରମ୍ଭ ହେବ । ବାହୁଡ଼ା ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରାୟ ୨୨୦ ପ୍ଲାଟୁନ୍ ପୁଲିସ ଫୋର୍ସ, କେନ୍ଦ୍ରୀୟ ସୁରକ୍ଷା ବାହିନୀ ଏବଂ ବରିଷ୍ଠ ପୁଲିସ ଅଧିକାରୀମାନେ ମୁତୟନ ରହିଛନ୍ତି । ଟ୍ରାଫିକ୍ ନିୟନ୍ତ୍ରଣ, ଭିଡ଼ ପରିଚାଳନା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ବହୁସ୍ତରୀୟ ବ୍ୟବସ୍ଥା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking