33.8 C
Bhubaneswar
Friday, July 24, 2026
Homeଓଡିଶାବାହୁଡ଼ା ପାଇଁ ଫୁଲରେ ସଜେଇ ହେଲା ଶ୍ରୀମନ୍ଦିର

ବାହୁଡ଼ା ପାଇଁ ଫୁଲରେ ସଜେଇ ହେଲା ଶ୍ରୀମନ୍ଦିର

ପୁରୀ: ବାହୁଡ଼ା ଯାତ୍ରା ଅବସରରେ ମହାପ୍ରଭୁଙ୍କ ସ୍ୱାଗତ ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ନଅ ଦିନର ଗୁଣ୍ଡିଚା ବାସ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଆଜି ନିଜ ରତ୍ନବେଦୀକୁ ବାହୁଡ଼ିବେ । ଆଉ ପ୍ରଭୁଙ୍କ ସ୍ୱାଗତ ପାଇଁ ଶ୍ରୀମନ୍ଦିରକୁ ସଜାଯାଇଛି ନାନା ରଙ୍ଗର ସତେଜ ଫୁଲରେ । ଗରୁଡ଼ ସ୍ତମ୍ଭରୁ ଆରମ୍ଭ କରି ସିଂହଦ୍ୱାର ପର୍ଯ୍ୟନ୍ତ ଗୋଲାପ, ଗେଣ୍ଡୁ, ମଲ୍ଲୀ, ଚମ୍ପା ସମେତ ବିଭିନ୍ନ ପ୍ରକାରର ସୁଗନ୍ଧିତ ଫୁଲର ମାଳରେ ମନ୍ଦିରକୁ ସୁସଜ୍ଜିତ କରାଯାଇଛି । ମନ୍ଦିରର ସ୍ତମ୍ଭ, ଦ୍ୱାର ଓ ରତ୍ନବେଦୀ ଚାରିପାଖରେ ଫୁଲର ସଜ୍ଜା ଶ୍ରୀମନ୍ଦିରକୁ ଏକ ଅଲୌକିକ ଓ ମନୋରମ ରୂପ ଦେଇଛି । ଫୁଲର ସୁଗନ୍ଧରେ ସାରା ଶ୍ରୀକ୍ଷେତ୍ର ମହକି ଉଠିଛି । ଅନ୍ୟପଟେ, ମହାପ୍ରଭୁଙ୍କ ଦର୍ଶନ ଏବଂ ସ୍ୱାଗତ ପାଇଁ ସକାଳୁ ସକାଳୁ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡରେ ଭକ୍ତଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ‘ହରିବୋଲ’ ଓ ‘ଜୟ ଜଗନ୍ନାଥ’ ଧ୍ୱନିରେ ପ୍ରକମ୍ପିତ ହେଉଛି ପୁରୀ ସହର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking