33.8 C
Bhubaneswar
Friday, July 24, 2026
Homeଓଡିଶାଆନ୍ଦୋଳନକାରୀଙ୍କ ବିରୋଧରେ ହେବନି ପୁଲିସ ମାମଲା

ଆନ୍ଦୋଳନକାରୀଙ୍କ ବିରୋଧରେ ହେବନି ପୁଲିସ ମାମଲା

ଗୁରୁଗ୍ରାମ୍: କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା, ଜିତେନ୍ଦ୍ର ସିଂହ ଏବଂ ନିଜ ପତ୍ନୀଙ୍କ ଉପସ୍ଥିତିରେ ପରିବେଶବିତ୍ ତଥା ଶିକ୍ଷାବିତ୍ ସୋନମ୍ ୱାଙ୍ଗଚୁକ୍ ତାଙ୍କର ୨୬ ଦିନିଆ ଆମରଣ ଅନଶନ ଭଙ୍ଗ କରିଛନ୍ତି। ନୂଆଦିଲ୍ଲୀର ”କୋକରୋଚ୍ ଜନତା ପାର୍ଟି” (ସିଜେପି) ର ‘ସଂସଦ ଚଲୋ’ ଆନ୍ଦୋଳନରେ ଶାନ୍ତିପୂର୍ଣ୍ଣ ଭାବେ ଅଂଶଗ୍ରହଣ କରିଥିବା ଛାତ୍ର ଓ ଯୁବକମାନଙ୍କ ବିରୋଧରେ କୌଣସି ପୁଲିସ କାର୍ଯ୍ୟାନୁଷ୍ଠାନ କିମ୍ବା ମାମଲା ରୁଜୁ କରାଯିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।ୱାଙ୍ଗଚୁକ୍ ନିଜ ସୋସିଆଲ ମିଡିଆ ”ଏକ୍ସ” ଆକାଉଣ୍ଟରେ ସରକାରଙ୍କ ଏହି ଲିଖିତ ସ୍ପଷ୍ଟୀକରଣକୁ ସେୟାର କରିଛନ୍ତି। ନୀଟ୍ ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷା ପରିଚାଳନା ଅନିୟମିତତାକୁ ନେଇ ଗତ ଜୁନ୍ ୨୮ ରୁ ସେ ଆମରଣ ଅନଶନରେ ବସିଥିଲେ, ଯାହା ଫଳରେ ତାଙ୍କ ଓଜନ ପ୍ରାୟ ୧୧ କିଲୋଗ୍ରାମ ହ୍ରାସ ପାଇଥିଲା। ଗୁରୁବାର ରାତିରେ କେନ୍ଦ୍ରମନ୍ତ୍ରୀମାନେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ପହଞ୍ଚି ତାଙ୍କୁ ଭେଟିଥିଲେ। କେନ୍ଦ୍ର ସରକାର ସଂସଦରେ ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷା ସଂସ୍କାର ଉପରେ ବିସ୍ତୃତ ଆଲୋଚନା କରିବା ପାଇଁ ରାଜି ହୋଇଛନ୍ତି। ଏହାସହ ନୀଟ୍ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ନେଇ ସରକାର ସହାନୁଭୂତିର ସହ ବିଚାର କରୁଥିବା ଲିଖିତ ଭାବେ ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking