31.9 C
Bhubaneswar
Thursday, July 30, 2026
Homeଓଡିଶାମହାନଦୀରେ ମଧ୍ୟମ ଧରଣର ବନ୍ୟା: ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ପ୍ରଭାବିତ

ମହାନଦୀରେ ମଧ୍ୟମ ଧରଣର ବନ୍ୟା: ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ପ୍ରଭାବିତ

କଟକ: ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଛି । ଏନେଇ ସତର୍କ କରାଇଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ । ଆଜି ରାତି ଓ କାଲି ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ମଦ୍ୟାହ୍ନ ସୁଦ୍ଧା ମୁଣ୍ଡଳୀରେ ୮ ଲକ୍ଷ ୨୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀ ଦେଇ ସାଢେ ୯ ଲକ୍ଷ କ୍ୟୁସେକ ଜଳ ଯିବ । ଏହା ଚଳିତ ସିଜନ ସବୁଠାରୁ ବଡ ବନ୍ୟା ଆସୁଛି କୁହାଯାଇପାରିବ । ଫଳରେ ମହାନଦୀର ଶାଖା ନଦୀଗୁଡିକରେ ବନ୍ୟା ଆସିବ । ଲୁଣା, କରାଣ୍ଡିଆ, ଚିତ୍ରତ୍ପୋଳା, ପାଇକା, ଦେବୀ ନଦୀରେ ବନ୍ୟା ଆସିବ । କନ୍ଦଳ, କୁଶଭଦ୍ରା, ଭାର୍ଗବୀ ଦୟା ନଦୀରେ ମଧ୍ୟ ଜଳସ୍ତର ବଢିବ । ବନ୍ୟାରେ ଖୋର୍ଦ୍ଧା , ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ପ୍ରଭାବିତ ହେବ । ଜଗତସିଂହପୁରର ବାଲିକୁଦା, ଏରସମା, କୁଜଙ୍ଗ, ତିର୍ତ୍ତୋଲ ପ୍ରଭାବିତ ହେବ । କେନ୍ଦ୍ରାପଡା ପାଟକୁରା, ଗରଦପୁର, ଆଳି ମଧ୍ୟ ପ୍ରଭାବିତ ହେବ । ବାଙ୍କୀ, ଆଠଗଡ ମଧ୍ୟ ମହାନଦୀ ପାଇଁ ପ୍ରଭାବିତ ହୋଇଛି । ପୁରୀର କଣାସ, ଡେଲାଙ୍ଗ, ବ୍ରହ୍ମଗିରି , ନିମାପଡା, ଅସ୍ତରଙ୍ଗ, ଗୋପ ପ୍ରଭାବିତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking