30.7 C
Bhubaneswar
Thursday, July 30, 2026
Homeଓଡିଶାସୁବର୍ଣ୍ଣରେଖାରେ ବଢୁଛି ବନ୍ୟା ଭୟ

ସୁବର୍ଣ୍ଣରେଖାରେ ବଢୁଛି ବନ୍ୟା ଭୟ

ବାଲେଶ୍ୱର: ଲଗାଣ ବର୍ଷା ପରେ ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ଗାଲୁଡିହ ବ୍ୟାରେଜରୁ ପାଣି ଛାଡିବା ପରେ ଧିରେ ବୃଦ୍ଧି ପାଉଛି ନଦୀର ଜଳସ୍ତର । ନଦୀର ରାଜଘାଟଠାରେ ବିପଦ ସଙ୍କେତ ୧୦.୩୬ ମିଟର ରହିଥିବା ବେଳେ ସତର୍କ ସଙ୍କେତ ରହିଛି ୯.୪୫ ମିଟର । ୬ଟା ସୁଦ୍ଧା ଜଳସ୍ତର ୮.୨୦ ମିଟର ରହିଛି । ସେହିପରିଜଳକା ନଦୀର ଜଳସ୍ତର ଧିରେ ଧିରେ କମିବାରେ ଲାଗିଛି । ମଥାନୀଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବାବେଳେ ଜଳସ୍ତର ରହିଛି ୬.୬୮ ମିଟର । ଜଳସ୍ତର କମୁଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା କମିନି । ୨୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇ ରହିଥିବା ବେଳେ ୫ ହଜାର ହେକ୍ଟରରୁ ଅଧିକ ଚାଷଜମି ଉପରେ ଲହଡି ମାରୁଛି ବନ୍ୟା ପାଣି । ଚାଷ କ୍ଷତିଗ୍ରସ୍ତ ହେବା ଆଶଙ୍କା କରି ଚିନ୍ତାରେ ଚାଷୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking