30.7 C
Bhubaneswar
Thursday, July 30, 2026
Homeଓଡିଶାହୀରାକୁଦରେ ବଢ଼ିଲା ଜଳସ୍ତର: ଖୋଲିଲା ୨ଟି ଗେଟ୍

ହୀରାକୁଦରେ ବଢ଼ିଲା ଜଳସ୍ତର: ଖୋଲିଲା ୨ଟି ଗେଟ୍

ସମ୍ବଲପୁର:  ହୀରାକୁଦ ଡ୍ୟାମରେ ବଢ଼ୁଛି ଜଳସ୍ତର । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଡ୍ୟାମକୁ ଜଳ ପ୍ରବେଶ ବଢ଼ିବାରେ ଲାଗିଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦ ଫୁଟ ଛୁଇଁଛି । ସୂଚନା ଅନୁସାରେ, ପ୍ରତି ସେକେଣ୍ଡରେ ହୀରାକୁଦ ଡ୍ୟାମକୁ ପ୍ରାୟ ୨ ଲକ୍ଷ ୮୪ ହଜାର ୫୩୬ କ୍ୟୁସେକ ଜଳ ପ୍ରବେଶ କରୁଛି । ଏହାର ନିୟନ୍ତ୍ରଣ ପାଇଁ ଡ୍ୟାମରୁ ୬୫ ହଜାର ୨୫୬ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର ୨ଟି ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯାଉଛି। ଡ୍ୟାମ କର୍ତ୍ତୃପକ୍ଷ ପକ୍ଷରୁ ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଉଛି ।ସେପଟେ ମହାନଦୀର ମୁଣ୍ଡଳିଠାରେ ମଧ୍ୟ ଜଳ ପ୍ରବାହ ବଢ଼ିଛି । ମୁଣ୍ଡଳିରେ ବର୍ତ୍ତମାନ ୮ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଫଳରେ ତଳିଆ ଅଞ୍ଚଳର ଲୋକଙ୍କ ମଧ୍ୟରେ ବନ୍ୟା ଆଶଙ୍କା ବଢ଼ିଛି । ପ୍ରଶାସନ ପକ୍ଷରୁ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ଆଗାମୀ ସମୟରେ ଜଳସ୍ତର ଓ ବର୍ଷାର ସ୍ଥିତି ଉପରେ ନଜର ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking