30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶତାଲିବାନକୁ ସମର୍ଥନ କରୁଛନ୍ତି ୫୫% ପାକିସ୍ତାନୀ

ତାଲିବାନକୁ ସମର୍ଥନ କରୁଛନ୍ତି ୫୫% ପାକିସ୍ତାନୀ

ଇସଲାମାବାଦ: ଆଫଗାନିସ୍ତାନରେ କ୍ଷମତା ଅକ୍ତିଆର କରିଥିବା ତାଲିବାନ ସଂଗଠନକୁ ଆନ୍ତର୍ଜାତିକସ୍ତରରେ ଏପର୍ଯ୍ୟନ୍ତ ସ୍ୱୀକୃତି ମିଳିନାହିଁ । ତେବେ ପଡୋଶୀ ପାକିସ୍ତାନର ୫୫ ପ୍ରତିଶତ ଲୋକ ତାଲିବାନକୁ ସମର୍ଥନ କରୁଥିବା ଏକ ସର୍ଭେରୁ ଜଣାପଡିଛି । ପାକିସ୍ତାନୀ ଚ୍ୟାନେଲ ଜିଓ ନ୍ୟୁଜ୍ ପକ୍ଷରୁ ପାକିସ୍ତାନର ୨୪୦୦ ନାଗରିକଙ୍କୁ ଏହି ସର୍ଭେରେ ସାମିଲ କରାଯାଇଥିଲା । ଆଫଗାନିସ୍ତାନରେ ତାଲିବାନ ଶାସନ ପ୍ରତିଷ୍ଠା ହୋଇଥିବାରୁ ଆପଣମାନେ ଖୁସି ଅଛନ୍ତି କି ବୋଲି ପ୍ରଶ୍ନ ପଚରା ଯାଇଥିଲା । ୫୫ ପ୍ରତିଶତ ଲୋକ ଖୁସି ବୋଲି ମତବ୍ୟକ୍ତ କରିଥିବାବେଳେ ୨୫ ପ୍ରତିଶତ ଅସନ୍ତୁଷ୍ଟ ଥିବା କହିଛନ୍ତି । ଅବଶିଷ୍ଟ ୨୦ ପ୍ରତିଶତ ଲୋକ ମତାମତ ସ୍ପଷ୍ଟ କରିନଥିବା ଜଣାପଡିଛି । ପୁନଶ୍ଚ ପାକିସ୍ତାନର ଖାଇବର ପାଖ୍‌ତୁନ୍‌ଖ୍ୱା ପ୍ରଦେଶରେ ସର୍ବାଧିକ ୬୫ ପ୍ରତିଶତ ଲୋକ ତାଲିବାନ ପ୍ରତି ସମର୍ଥନ ଜଣାଇଥିବାବେଳେ ବାଲୋଚିସ୍ତାନର ୫୫ ପ୍ରତିଶତ, ପଞ୍ଜାବ ଓ ସିନ୍ଧ୍‌ର ୫୪ ପ୍ରତିଶତ ଲୋକ ତାଲିବାନ ପ୍ରତି ସେମାନଙ୍କର ସମର୍ଥନ ଜଣାଇଛନ୍ତି । ଅଗଷ୍ଟ ୧୩ରୁ ସେପ୍ଟେମ୍ବର ୫ ମଧ୍ୟରେ ଏହି ସର୍ଭେ କରାଯାଇଥିଲା । ତେବେ ମହିଳାଙ୍କ (୩୬%) ତୁଳନାରେ ପାକିସ୍ତାନୀ ପୁରୁଷମାନେ (୫୮%) ତାଲିବାନକୁ ଅଧିକ ମାତ୍ରାରେ ସମର୍ଥନ ଜଣାଇଛନ୍ତି । ସୂଚନାଯୋଗ୍ୟ ଆଫଗାନିସ୍ତାନରେ ତାଲିବାନ ଶାସନ ପ୍ରତିଷ୍ଠା ପଛରେ ପାକିସ୍ତାନର ପ୍ରଚ୍ଛନ୍ନ ହାତ ଥିବା ଆଲୋଚନା ହେଉଛି । ବିଶ୍ୱର କୌଣସି ରାଷ୍ଟ୍ର ଏପର୍ଯ୍ୟନ୍ତ ତାଲିବାନ ସରକାରକୁ ସ୍ୱୀକୃତି ଦେଇନଥିବାବେଳେ ପାକିସ୍ତାନର ବିଦେଶମନ୍ତ୍ରୀ କିନ୍ତୁ ତାଲିବାନକୁ ସମର୍ଥନ ଜଣାଇବାକୁ ଆନ୍ତର୍ଜାତିକ ସମୁଦାୟକୁ ଅନୁରୋଧ କରିସାରିଛନ୍ତି । ଆଫଗାନିସ୍ତାନର ପଞ୍ଜ୍‌ଶିର ପ୍ରଦେଶ ଅକ୍ତିଆରକୁ ନେଇ ଉଭୟ ତାଲିବାନ ଓ ବିରୋଧୀ ଏନ୍‌ଆରଏଫ୍ ପୃଥକ ବୟାନ ଜାରି କରୁଥିବାବେଳେ ପାକିସ୍ତାନର ଭୂମିକାକୁ ଏନ୍‌ଆରଏଫ୍ ତୀବ୍ର ସମାଲୋଚନା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking