30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଭାରତର ୫ ଜଣ ସଫଳ ମହିଳା

ଭାରତର ୫ ଜଣ ସଫଳ ମହିଳା

ନୂଆଦିଲ୍ଲୀ : ଆସନ୍ତୁ ଆଜି ଜାଣିବା ଭାରତର ୫ ଜଣ ପ୍ରତିଭାବାନ ମହିଳାଙ୍କ ବିଷୟରେ ଯିଏ ନିଜ କଠିନ ପରିଶ୍ରମ ଦ୍ୱାରା ଦେଶ ଓ ଦେଶ ବାହାରେ ମଧ୍ୟ ପ୍ରସିଦ୍ଧୀ ଲାଭ କରିଛନ୍ତି । ୫ ସ୍ଥାନରେ ଅଛନ୍ତି ଇନ୍ଦୀରା କ୍ରୀଷ୍ନମୁର୍ତ୍ତୀ ନୁଇ ।  ସିଇଓ ପେପସିକୋ । ସେ ପେପସୀକୋର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ବିଶ୍ୱରେ ଜଣେ ପ୍ରସିଦ୍ଧ ପ୍ରଭାବଶାଳୀ ମହିଳା । ସେ ନ୍ୟୁୟର୍କର ଫେଡ ରିର୍ଜଭ ନିର୍ଦ୍ଦେଶକ ମାନଙ୍କ ବୋର୍ଡର ବି ଗ୍ରେଡ ନିର୍ଦ୍ଦେଶକ ଅଟନ୍ତି ।  ସେ ୧୯୯୬ରେ ପେପିସିକୋରେ ସାମିଲ ହୋଇଥିଲେ ଓ ୨୦୦୬ରେ ସିଇଓ ହୋଇଥିଲେ । ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି ।

୪ ର୍ଥ ସ୍ଥାନରେ ଅଛନ୍ତି ଏକତା କପୁର । ସେ ବାଲାଜୀ ଟେଲି ଫିଲ୍ମର ଫାଉଣ୍ଡର ଅଟନ୍ତି । ଟେଲିଭିଜନ କ୍ୱିଇନ ଏକତା, ଟିଭି ଓ ସନେମା କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଛନ୍ତି ।  ତାଙ୍କର ଧାରାବାହିକ ଭାରତର ପ୍ରତ୍ୟେକ ମହିଳାଙ୍କ ପସନ୍ଦ ।  ସେ ଜଣେ ନିର୍ଦ୍ଦେଶିକା ଓ ଫିଲ୍ମ ପ୍ରଡ୍ୟୁସର ମଧ୍ୟ ।

୩ୟ ସ୍ଥାନରେ ଅଛନ୍ତି ଶିଖା ଶର୍ମା , ଏମଡି ଆକ୍ସିସ ବ୍ୟାଙ୍କ ।  ସେ ଆକି୍ସସ ବ୍ୟାଙ୍କର ସିଇଓ ମଧ୍ୟ ଅଟନ୍ତି ।  ସେ ୨୦୦୯ ରେ ଭାରତର ୩ୟ ସବୁଠାରୁ ବୃହତ ପ୍ରାଇଭେଟ ବ୍ୟାଙ୍କ ଅକି୍ସସ ବ୍ୟାଙ୍କ୍ ସହ ସାମିଲ ହୋଇଥିଲେ । ତାଙ୍କ ନେତୃତ୍ୱରେ ଆକ୍ସିସ ବ୍ୟାଙ୍କକୁ ୨୦୧୬ରେ ବ୍ୟାଙ୍କ ଅଫ ଦି ୟିଅର ଓ ଶିଖାଙ୍କୁ ବ୍ୟାଙ୍କର ଅଫର ୟିଅର ଆୱାର୍ଡ ମିଳିଥିଲା ।

୨ୟ ସ୍ଥାନରେ ଅଛନ୍ତି ଶୋଭନା ଭର୍ତ୍ତିୟା । ହିନ୍ଦୁସ୍ତାନ ଟାଇମ୍ସର ଚେୟାର ପର୍ସନ । ସେ ପ୍ରସିଦ୍ଧ ଉଦ୍ୟୋଗ ପତି କେ.କେ ବିର୍ଲାଙ୍କ ଝିଅ । ସେ ୧୯୮୬ରେ ହିନ୍ଦୁସ୍ତାନ ଟାଇମ୍ସ ଗ୍ରୁପ ରେ ଯୋଗ ଦେଇଥିଲେ ଓ ସେହି ସମୟରେ ଶୋଭନା ପ୍ରଥମ ଭାରତୀୟ ସିଇଓ ଥିଲେ । ପତ୍ରାକାରିତା ଜଗତରେ ତାଙ୍କ ଯୋଗ ଦାନ ପାଇଁ ତାଙ୍କୁ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀରେ ଅଳଂକୃତ କରାଯାଇଥିଲା । ସେ ୟୁପିଏ ସରକାରଙ୍କ ଦ୍ୱାରା ୨୦୦୬ରେ ରାଜ୍ୟସଭାର ସଦସ୍ୟ ଭାବେ ମନୋନୀତ ହୋଇଥିଲେ ।

୧ମ ସ୍ଥାନରେ ଅଛନ୍ତି ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟର୍ । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ପୁର୍ବ ଚେୟାରମ୍ୟାନ । ପୁରୁଷ ପ୍ରଧାନ ଦେଶ ମାନଙ୍କରେ ଯେଉଁଠି ମହିଳାଙ୍କ କାମ କରିବାକୁ ଯିବା ପାଇଁ ଭାବିବାକୁ ପଡୁଥିଲା , ସେହି ସମୟରେ ଅରୁନ୍ଧତି ଭାରତର ସର୍ବବୃହତ ସରକାରୀ ବ୍ୟାଙ୍କର ଚେୟାରପର୍ସନ ଭାବେ ନିଯୁକ୍ତ ହୋଇଥିଲେ । ୧୯୭୭ରେ ୨୨ ବର୍ଷ ବୟସରେ ସେ ଏସବିଆଇ ରେ ଯୋଗ ଦେଇଥିଲେ । ବିଶ୍ୱର ଅଗ୍ରଣୀ ମହିଳା ମାନଙ୍କ ମଧ୍ୟରେ ଅରୁନ୍ଧତୀଙ୍କ ନାମ ଆସେ । ୨୦୧୮ରେ ତାଙ୍କୁ ବିଜନେସ ଲିଡର ଅଫଦ ୟିଅର ଆୱାର୍ଡରେ ସମ୍ମାନୀତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking