28.1 C
Bhubaneswar
Friday, April 26, 2024
Homeଓଡିଶାଭୁବନେଶ୍ୱରରେ ଆଉ ୫ ନୂଆ ପଜେଟିଭ

ଭୁବନେଶ୍ୱରରେ ଆଉ ୫ ନୂଆ ପଜେଟିଭ

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି କରୋନା ରୋଗୀଙ୍କ ସଂଖ୍ୟା । ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜଧାନୀରୁ ୫ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ଟି ହୋମ୍ କ୍ୱାରେଣ୍ଟାଇନ କେସ ରହିଥିବା ବେଳେ ୨ଟି ଲୋକାଲ୍ କେସ୍ ରହିଛି । ସତ୍ୟ ନଗର ଓଭରବ୍ରିଜ ଅଂଚଳରୁ ଜଣେ ୩୬ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ହଇଥିବା ବେଳେ ସେ ନିକଟରେ ଦିଲ୍ଲୀରୁ ଫେରିଥିଲେ । ଜୟଦେବ ବିହାର ନିକଟ ନିରଣକାରୀ ନଗର ଅଂଚଳରୁ ଜଣେ ୨୨ ବର୍ଷୀୟ ଯୁବକ ମଧ୍ୟ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେ ଜଣେ ଆଇଟି ପ୍ରଫେସନାଲ ହୋଇଥିବା ବେଳେ ନିକଟରେ ଦିଲ୍ଲୀରୁ ଫେରିଥିଲେ । ଆଉ ଜଣେ ପଟିଆ ଶ୍ରୀବିହାର ଅଂଚଳର ୨୫ ବର୍ଷୀୟା ଯୁବତୀ କରୋନା ପଜେଟିଭ ବୋଲି ଜଣାପଡିଛି । ସେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ।

ସେହିଭଳି ଲୋକାଲ କେସ ମଧ୍ୟରେ ଡୁମୁଡୁମା ହାଉସିଂ ବୋର୍ଡ କଲୋନୀର ଜଣେ ୩୭ ବର୍ଷୀୟ ପୁରୁଷ ଏବଂ ସେ ପୂର୍ବରୁ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ଆଉ ଜଣେ ଭୁବନଶ୍ୱର ଏମସର ଜଣେ ୨୪ ବର୍ଷୀୟ ମେଡିକାଲ୍ ଅଫିସର୍ କରୋନା ସଂକ୍ରମିତ ହୋଇଛନ୍ତି । ପୂର୍ବରୁ ଏମସରୁ ୫ ଜଣ କର୍ମଚାରୀ କରୋନା ପଜେଟିଭ ଚିହ୍ନଟ ହୋଇସାରିଛନ୍ତି । ବର୍ତ୍ତମାନ ଏମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ବେଳେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨କୁ ଛୁଇଁଛି । ସେମାନଙ୍କ ମଧ୍ୟରୁ ୭୪ ଜଣ ସୁସ୍ଥ ହୋଇଥିବା ବେଳେ ୫୪ଟି ଆକ୍ଟିଭ କେସ ରହିଛି । ଅନ୍ୟପଟେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ ଯୋଗେଁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking