24.1 C
Bhubaneswar
Thursday, May 9, 2024
Homeଓଡିଶାଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟର ୪୬ତମ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟର ୪୬ତମ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

କନ୍ଧମାଳ : ଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟର ୪୬ତମ ସ୍ୱାସ୍ଥ୍ୟ ସେବା ଶିବିର କନ୍ଧମାଳ ଜିଲ୍ଲା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶଙ୍କରାଖୋଲ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ କଟକ, ଭୁବନେଶ୍ୱର, ବୁର୍ଲା ଓ ସମ୍ବଲପୁରର ୨୫ଜଣ ବିଶେଷଜ୍ଞ ଚିକିତ୍ସକମାନଙ୍କ ଦ୍ୱାରା ଅତ୍ୟାଧୁନିକ ପଦ୍ଧତି ଅନୁସରଣରେ ଯଥା, ଇସିଜି ଓ ବିଭିନ୍ନ ରକ୍ତ ପରୀକ୍ଷା ଇତ୍ୟାଦି କରାଯାଇ ରୋଗ ନିରୁପଣ ହେବା ସହ ଚିକିତ୍ସା କରାଯାଇଥିଲା । ଏହି ଶିବିରରେ ସ୍ତ୍ରୀ ଓ ପ୍ରସୂତି, ଶଲ୍ୟ, ଅସ୍ଥି ଶଲ୍ୟ, ମୂତ୍ରରୋଗ ଓ କିଡିନ୍ ରୋଗ, ଶିଶୁ ରୋଗ ଭେଷଜ, ହୃଦରୋଗ, ଚର୍ମ ଓ ଯୌନ, ଚକ୍ଷୁ ଏବଂ ଦନ୍ତ ରୋଗ ଇତ୍ୟାଦିର ଚିକିତ୍ସା କରାଯିବା ସଙ୍ଗେ ସଙ୍ଗେ ମାଗଣାରେ ଔଷଧ ଓ ଚଷମା ମଧ୍ୟ ବଣ୍ଟନ କରାଯାଇଥିଲା । ଉକ୍ତ ସ୍ୱାସ୍ଥ୍ୟ ସେବା ଶିବିର ଆଜି ସକାଳ ୮.୩୦ ଘଟିକାରୁ ଦିବା ୧ ଘଟିକା ମଧ୍ୟରେ ରୋଗୀଙ୍କ ନାମ ପଞ୍ଜୀକରଣ କରାଯିବା ପରେ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ଶିଶୁଙ୍କଠୁ ଆରଂଭକରି ଶତାୟୁଙ୍କ ପର୍ଯ୍ୟନ୍ତ ପ୍ରାୟ 1200ରୁ ଉର୍ଦ୍ଧ ରୋଗୀଙ୍କ ଚିକିତ୍ସା କରଯାଇଥିଲା।
ଏହି ଶିବିରକୁ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଠିଲ ଉଦଘାଟନ କରିଥିଲେ, ସମ୍ମାନିତ ଅତିଥି ଭାବେ କନ୍ଧମାଳ ସିଡିଏମଓ ମନୋଜ କୁମାର ଉପାଧ୍ୟାୟ ଯୋଗଦେଇ ଥିଲେ, ଟ୍ରଷ୍ଟ ର ମୁଖ୍ୟ ଉପଦେଷ୍ଟା ଡାକ୍ତର ଦତ୍ତ୍ୱେଶ୍ୱର ହୋତା ଶିବିର ପରିଚାଳନା କରିଥିଲେ, ଟ୍ରଷ୍ଟର ଅଧକ୍ଷ ଗଧନେଶ୍ୱର ହୋତା ଓ ସମ୍ପାଦକ ରାଜେଶ୍ୱର ହୋତା ସହାୟତା କରିଥିଲେ, ଟ୍ରଷ୍ଟ ତାର ରୋଗୀସେବାକୁ ଅବ୍ୟାହତ ରଖଛି, ରାଜ୍ୟର ଦୁର୍ଗମ ଓ ଆଦିବାସୀ ଅଧୁଷିତ ଏବଂ ବିଶେଷ କରି ସ୍ୱାସ୍ଥ୍ୟ ସେବା ପ୍ରାୟ ଅପହଞ୍ଚ ଥିବା ଅଞ୍ଚଳରେ ମାଗଣାରେ ବରିଷ୍ଠ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ଯୋଗାଇ ଦିଆଯାଇଆସୁଛି, ରାଜ୍ୟର 30 ଜିଲ୍ଲା ପରେ ଏବେ ସ୍ୱତନ୍ତ୍ର ଶିବିରମାନ କରାଯାଉଛି, ଡାକ୍ତର ହୋତା ନିଜ ବାପା ଓ ମା ଙ୍କ ନାମରେ ଏହି ଟ୍ରଷ୍ଟ ଗଠନ କରି ରାଜ୍ୟବ୍ୟାପି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଚାଲିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking