32.1 C
Bhubaneswar
Friday, April 26, 2024
Homeଓଡିଶା୪ ହଜାର ପ୍ୟାକେଟ କାଢ଼ା ବଂଟନ

୪ ହଜାର ପ୍ୟାକେଟ କାଢ଼ା ବଂଟନ

ଯାଜପୁର : ସାରା ବିଶ୍ୱରେ କୋରୋନା ମହାମାରିକୁ ନେଇ ଏବେବି ଆତଙ୍କ ଦେଖାଦେଇଛି । କୋରୋନା ନିୟନ୍ତ୍ରଣ ପାଇଁ ଟିକା ବାହାରିବା ପର‌୍ୟ୍ୟନ୍ତ ଏଭଳି ଆତଙ୍କ ଦେଖାଦେବ । ଏଥିପାଇଁ ସଚେତନ ଓ ସତର୍କ ହେବା ଆବଶ୍ୟକ । ନିଜ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଲେ କୋରୋନା ଦାଉରୁ ରକ୍ଷା ମିଳିବ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ କହିଛି । ଏହି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଡାକ୍ତରୀ ଛାତ୍ର ହର୍ବାଲ କାଢ଼ା ପାନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଯାଜପୁର ଜିଲା ବିଂଝାରପୁର ଅରେଇ ଅଂଚଳର ଅକ୍ଷୟ କୁମାର ନାୟକ ନାମକ ଏହି ଡାକ୍ତରୀ ଛାତ୍ର ଜଣକ ଡାଲଚିନ,ଗୋଲମରିଚ , ତୁଳସୀ ପତ୍ର ସୁଂଣ୍ଠିକୁ ବ୍ୟବହାର କରି କାଢ଼ା ପ୍ରସ୍ତୁତ କରି ପିଇବା ପାଇଁ ପରାମର୍ଶ ଦେଇଛନ୍ତି । ସେଥିପାଇଁ ସେ ପାଖାପାଖି ୪ ହଜାର ପ୍ୟାକେଟ କରି ବଂଟନ କରିଛନ୍ତି । ଅକ୍ଷୟଙ୍କ ଏହି କାଢ଼ା ଆୟୁଷମନ୍ତ୍ରାଳୟର ଗାଇଡଲାଇନ ଅନୁଯାୟୀ ପ୍ରସ୍ତୁତ କରାଯାଇଛି । ଅକ୍ଷୟଙ୍କ ଏହି ପଦକ୍ଷେପକୁ ସାଧାରଣରେ ବେଶ ସ୍ୱାଗତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking