28.1 C
Bhubaneswar
Saturday, April 27, 2024
Homeଓଡିଶାକଟକରେ ଚିନ୍ତା ବଢ଼ାଇଲା କରୋନା, ଆଉ ଏକ ଶିକ୍ଷାନୁଷ୍ଠାନରୁ ୪ ପଜିଟିଭ ଚିହ୍ନଟ

କଟକରେ ଚିନ୍ତା ବଢ଼ାଇଲା କରୋନା, ଆଉ ଏକ ଶିକ୍ଷାନୁଷ୍ଠାନରୁ ୪ ପଜିଟିଭ ଚିହ୍ନଟ

କଟକ: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ କଟକ ଓ ଖୋର୍ଦ୍ଧାରେ ସଂକ୍ରମିତଙ୍କୁ ନେଇ ଚିନ୍ତା ବଢ଼ିଛି। ଭୁବନେଶ୍ୱର ଏକ୍ସଆଇଏମ୍‌ବି ରୁ ୪୫ ଜଣ ପଜିଟିଭ ଚିହ୍ନଟ ପରେ ଶିକ୍ଷନୁଷ୍ଠାନକୁ ସିଲ୍ କରି ଦିଆଯାଇଥିବା ବେଳେ କଟକର ଆଉ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ରବିବାର ଉକ୍ତ ଶିକ୍ଷାନୁଷ୍ଠାନରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କର କଣ୍ଟାକ୍ଟ୍ ଟ୍ରେସିଂ କରାଯିବା ପରେ ଗତକାଲି ଶିକ୍ଷାନୁଷ୍ଠାନର ଆଉ ୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ନେଇ ସିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ ଡ. ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଏହାପୂର୍ବରୁ କଟକର ଏକ ଘରୋଇ କଲେଜରୁ ପ୍ରଥମେ ୧୨ ଜଣ ଓ ପରେ ସମ୍ପୃକ୍ତ କଲେଜରୁ ପୁଣି ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଆଉ ଏକ ଶିକ୍ଷାନୁଷ୍ଠାନରୁ ୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking