32.1 C
Bhubaneswar
Friday, April 26, 2024
Homeଓଡିଶାରାଜ୍ୟରେ ଆଉ ୩୮ ଜୀବନ ନେଲା ମହାମାରୀ କରୋନା, ସବ୍ରାଧିକ ଖୋର୍ଦ୍ଧା

ରାଜ୍ୟରେ ଆଉ ୩୮ ଜୀବନ ନେଲା ମହାମାରୀ କରୋନା, ସବ୍ରାଧିକ ଖୋର୍ଦ୍ଧା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୮ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୬୭୧କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି କଟକ ଓ ବରଗଡ଼ରୁ ୫ ଜଣ ଲେଖାଏଁ, ମୟୂରଭଞ୍ଜ ଓ ପୁରୀରୁ ୪ ଜଣ ଲେଖାଏଁ, ସମ୍ବଲପୁରରୁ ୩ ଜଣ, ଜଗତସିଂହପୁର ଓ ଝାରସୁଗୁଡ଼ାରୁ ୨ ଜଣ ଲେଖାଏଁ, କେନ୍ଦୁଝର, କୋରାପୁଟ ଓ ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼ ଓ ଗଞ୍ଜାମରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଅନ୍ୟପଟେ, ରାଜ୍ୟରେ ୨୯୫୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୬୯୮ ଓ ସ୍ଥାନୀୟ ଅଞ୍ଚଳରୁ ୧୨୫୯ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୩ ହଜାର ୪୯୦ରେ ପହଞ୍ଚିଛି। ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୪୪ ହଜାର ୮୦୧ ରହିଥିବା ବେଳେ ୩୪ ହଜାର ୯୬୫ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ ୨୭୨ ଜଣ। ସେହିପରି ଅନୁଗୁଳରୁ ୧୧୦, ବାଲେଶ୍ୱରରୁ ୨୪୭, ବରଗଡରୁ ୪୧, ଭଦ୍ରକରୁ ୧୯୨, ବଲାଙ୍ଗିରରୁ ୩୭, ବୌଦ୍ଧ ୪୭, ଦେବଗଡରୁ୧୦, ଢେଙ୍କାନାଳରୁ ୪୨, ଗଜପତିରୁ ୨୪, ଗଞ୍ଜାମରୁ ୧୮, ଜଗତ୍‌ସିଂହପୁରରୁ ୧୦୩, ଯାଜପୁରରୁ ୨୬୦, ଝାରସୁଗୁଡାରୁ ୩, କଳାହାଣ୍ଡିରୁ ୩୮, କନ୍ଧମାଳରୁ ୫୧, କେନ୍ଦ୍ରାପଡାରୁ ୧୧୬, କେନ୍ଦୁଝରରୁ ୫୭, କୋରାପୁଟରୁ ୬୦, ମାଲକାନଗିରିରୁ ୫୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୂରଭଞ୍ଜରୁ ୧୩୫, ନବରଙ୍ଗପୁରରୁ ୪୫, ନୟାଗଡରୁ ୧୧୨,ନୂଆପଡାରୁ ୧୦, ପୁରୀରୁ ୨୧୬, ରାୟଗଡ଼ାରୁ ୬୩, ସମ୍ବଲପୁରରୁ ୨୮, ସୋନପୁରରୁ ୨୫, ସୁନ୍ଦରଗଡରୁ ୫୯ ଏବଂ ଷ୍ଟେଟ ପୁଲ୍‌ରୁ ୭୦ ଜଣ କରୋନା ସଂକ୍ରମିତ ବାହାରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ୪୫୮୭ ଜଣ କରୋନା ମୁକ୍ତ ହୋଇଛନ୍ତି। ଆଜିର ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ପଜିଟିଭ ସଂଖ୍ୟା ୮,୮୩,୪୯୦ ଥିବାବେଳେ ସୁସ୍ଥ ହୋଇଛନ୍ତି ୮,୪୪,୮୦୧। ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ କେସ ରହିଛି ୩୪,୯୬୫।ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking