30.1 C
Bhubaneswar
Friday, April 26, 2024
Homeଓଡିଶାରାଜ୍ୟରେ ଆଉ ୩୭ ଜୀବନ ନେଲା ମହାମାରୀ କରୋନା, ସର୍ବାଧିକ ଖୋର୍ଦ୍ଧା

ରାଜ୍ୟରେ ଆଉ ୩୭ ଜୀବନ ନେଲା ମହାମାରୀ କରୋନା, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଧୀରେଧୀରେ କମୁଛି। ରାଜ୍ୟରେ ଏବେ ୪୦ ତଳେ ରହୁଛି ଦୈନିକ ମୃତ୍ୟୁ ସଂଖ୍ୟା। ଗତକାଲି ୩୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ୩୭ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩,୫୦୮କୁ ଛୁଇଁଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହି ଜିଲ୍ଲାରୁ ୫ ଜଣ ଆକ୍ରାନ୍ତ ଆଖି ବୁଜିଥିବାବେଳେ କଟକ, ଝାରସୁଗୁଡ଼ା, କଳାହାଣ୍ଡିରୁ ୪ ଲେଖାଏଁ, ବରଗଡ଼, ପୁରୀ, ସୁନ୍ଦରଗଡ଼ରୁ ୩ ଲେଖାଏଁ, ବଲାଙ୍ଗିର, ଦେବଗଡ଼, କେନ୍ଦ୍ରାପଡ଼ା, ରାୟଗଡ଼ାରୁ ୨ ଲେଖାଏଁ ଏବଂ ଗଜପତି, ମୟୂରଭଂଜ, ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ମୃତକଙ୍କ ସଂଖ୍ୟା ୫୫୯ ହୋଇଥିବାବେଳେ ବରଗଡରେ ମୃତ୍ୟୁ ସଂଖ୍ୟା ୮୫କୁ ବୃଦ୍ଧି ପାଇଥିବାବେଳେ କଟକ ୨୨୮, ଝାରସୁଗୁଡ଼ା ୧୦୨, କଳାହାଣ୍ଡି ୧୬୩, ପୁରୀ ୧୯୦, ସୁନ୍ଦରଗଡ଼ ୩୨୨, ବଲାଙ୍ଗିର ୭୬, ଦେବଗଡ଼ ୩୧, କେନ୍ଦ୍ରାପଡ଼ା ୬୯, ରାୟଗଡ଼ା ୧୩୮, ଗଜପତି ୬୯, ମୟୂରଭଂଜ ୧୧୨, ସମ୍ବଲପୁରରେ ମୃତ୍ୟୁ ସଂଖ୍ୟା ୧୦୨ ଛୁଇଁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking