32.1 C
Bhubaneswar
Thursday, March 28, 2024
Homeଓଡିଶାପୂର୍ବ ବିବାଦରୁ ଗୋଷ୍ଟି ସଂଘର୍ଷ : ଗୁଳିକାଣ୍ଡ ସାଙ୍ଗକୁ ବୋମା ମାଡ, ଜଣେ ମୃତ

ପୂର୍ବ ବିବାଦରୁ ଗୋଷ୍ଟି ସଂଘର୍ଷ : ଗୁଳିକାଣ୍ଡ ସାଙ୍ଗକୁ ବୋମା ମାଡ, ଜଣେ ମୃତ

କାମାକ୍ଷାନଗର : ପୂର୍ବ ବିବାଦକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଗୁଳିକାଣ୍ଡ ସାଙ୍ଗକୁ ବୋମା ମାଡ ହୋଇଛି । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଯାହାକୁ ନେଇ କାମାକ୍ଷାନଗର ବିଜ୍ଞାପିତ ପରିଷଦରେ ତିବ୍ର ଉତେଜନା ଦେଖାଦେଇଥିଲା । ମିଳିଥିବା ସୁଚନାରୁ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିଜ୍ଞାପିତ ଅଚଂଳ ପରିଷଦର କଲୋନୀ ସାହି ଓ ଗୋଡି ସାହି ମଧ୍ୟରେ ଛୋଟ ପିଲା ମାନଙ୍କ ମଧ୍ୟରେ ବିବାଦକୁ ନେଇ ତିକ୍ତତା ଦେଖାଦେଇଥିଲା । ଫଳରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଲାଗି ରହିଥିବା ଯୁକ୍ତି ତର୍କ ପରେ ଗୋଷ୍ଠି ସଂଘର୍ଷରେ ପରିଣତ ହୋଇଥିଲା ।

ଏପରିକି ଘଟଣା ସ୍ଥଳରେ ଗୁଳିକାଣ୍ଡ ଘଟିବା ସହିତ ବୋମା ମାଡ ମଧ୍ୟ ହୋଇଥିଲା । ଏହି ଗୁଳିକାଣ୍ଡ ଓ ବୋମା ମାଡରେ କଲୋନୀ ସାହିର ଆକାଶ ନାୟକ, ରାଜକିଶୋର ନାୟକ ଓ ତୋଫାନି ପାତ୍ର ଗୁରୁତର ହୋଇଥିଲେ । ସେମାନଙ୍କୁ ଚିକିିତ୍ସା ପାଇଁ ପ୍ରଥମେ କାମାକ୍ଷାନଗର ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ତେବେ ତୋଫାନି ପାତ୍ରଙ୍କର ବେକରେ ଗୁଳି ଲାଗିଥିବାରୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ କାମାକ୍ଷାନଗର ପୋଲିସ ସେଠାରେ ପହଚିଂ ଘଟଣାର ତଦନ୍ତ କରିଥିବା ଜଣାପଡିଛି । ସେପଟେ ଗୁଳିକାଣ୍ଡ ଭିଆଇଥିବା ସମସ୍ତ ଅଭିଯୁକ୍ତ ଫେରାର ଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking