28.1 C
Bhubaneswar
Saturday, April 27, 2024
Homeଓଡିଶାଲାପ୍‌ଟପ୍ ସହାୟତା ପାଇଁ ଆବେଦନ କରିନାହାନ୍ତି ୩୫୯ ପିଲା

ଲାପ୍‌ଟପ୍ ସହାୟତା ପାଇଁ ଆବେଦନ କରିନାହାନ୍ତି ୩୫୯ ପିଲା

ଭୁବନେଶ୍ୱର : ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ରାଜ୍ୟରେ ଦ୍ୱାଦଶରେ ଟପ୍ପରଙ୍କ ଲାଗି ରାଜ୍ୟ ସରକାର ମାଗଣା ଲାପଟପ ପ୍ରଦାନ ବ୍ୟବସ୍ଥା କରିଛନ୍ତି । କୋଭିଡ ଲାଗି ଗତବର୍ଷ ଏହି କାର୍ଯ୍ୟକମ୍ରମ ଅନୁଷ୍ଠିତ ହୋଇପାରିନଥିଲା । ତେବେ ୨୦୨୧ରେ ଯେଉଁ ଛାତ୍ରଛାତ୍ରୀମାନେ ଟପ୍ପର ହୋଇଥିଲେ ସେମାନଙ୍କୁ ଚଳିତବର୍ଷ ଲାପଟପ ଦେବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ଏଥିପାଇଁ ପୂର୍ବରୁ ଆପେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଯୋଗ୍ୟ ୩୫୯ଜଣ ମେଧାବୀ ଆବେଦନ କରିନଥିବା ଜଣାପଡ଼ିଛି ।

ସେଥିଲାଗି ପୁଣିଥିରେ ଆବେଦନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି । ଏଥିଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜୁନିୟର କଲେଜର ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ଚିଠିରେ ବିଭାଗର ସ୍ୱତନ୍ତ୍ର ସଚିବ ରାଜଶ୍ରୀ ମହାନ୍ତି ଦର୍ଶାଇଛନ୍ତି ଯେ, ଯେଉଁ ପିଲାମାନେ ଏହି ଯୋଜାନ ଅନ୍ତର୍ଗତ ବ୍ୟବସ୍ଥାରେ ସାମିଲ ହୋଇପାରି ନାହାଁନ୍ତି ସେମାନେ ୩୧ତାରିଖ ସୁଦ୍ଧା ଆବେଦନ କରିପାରିବେ । ତେବେ ଚିଠିରେ କେଉଁ ଜୁନିୟର କଲେଜରେ କେତେ ଯୋଗ୍ୟ ଛାତ୍ରଛାତ୍ରୀ ଲାପ୍‌ଟପ୍ କିଣିବା ପାଇଁ ଆବେଦନ କରିନାହାନ୍ତି ତାହାର ତାଲିକା ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, କଟକ ରେଭେନ୍‌ସା ଜୁନିୟର କଲେଜ, ବିଜେବି ଜୁନିୟର କଲେଜ ଭଳି ବିଭିନ୍ନ ଜିଲ୍ଲାର ୩୮ଟି ଜୁନିୟୀ କଲେଜରୁ ମୋଟ୍ ୩୫୯ ଯୋଗ୍ୟ ପିଲା ଲାପ୍‌ଟପ୍ ସହାୟତା ପାଇବାକୁ ଆବେଦନ କରିନାହାନ୍ତି ।

ଯେଉଁଥିରେ ରେଭେନସା ହାଇସ୍କୁଲ୍‌ରେ ସର୍ବାଧିକ ୨୯ ଜଣ, ଭୁବନେଶ୍ୱର ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ୍‌ର ୨୮ ପିଲା ରହିଛନ୍ତି । ବିଜ୍ଞାପନ ଏବଂ ୫ ଥର ସମୟସୀମା ବଢ଼ାଯିବା ସତ୍ତ୍ୱେ ୨୦୨୧ ବର୍ଷର ୩୫୯ ଜଣ ଦ୍ୱାଦଶ ପାସ୍ ଆଉଟ୍ ମେଧାବୀ ଲାପ୍‌ଟପ୍ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇବାକୁ ଆବେଦନ କରିନାହାନ୍ତି । ହୁଏତ ସେମାନେ ଏହି ଯୋଜନା ବିଷୟରେ ସଚେତନ ନଥିବା ଚିଠିରେ ଉଲ୍ଲେଖ କରାଯାଇଛି । ଏହି ବିଷୟକୁ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରି ନିଜ ସ୍ତରରେ ପଦକ୍ଷେପ ନେବାକୁ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି । ଛାତ୍ରଛାତ୍ରୀ ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲ୍ ଜରିଆରେ ଆବେଦନ କରିବା ନିମନ୍ତେ ଗାଇଡ୍ କରିବାକୁ ଚିଠିରେ ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking