29.1 C
Bhubaneswar
Saturday, April 27, 2024
Homeଓଡିଶାବଡ଼ଖବର : ରାଜ୍ୟରେ ୩୨ ଜୀବନ ନେଲା ମହାମାରୀ କରୋନା, ସର୍ବାଧିକ ଖୋର୍ଦ୍ଧା

ବଡ଼ଖବର : ରାଜ୍ୟରେ ୩୨ ଜୀବନ ନେଲା ମହାମାରୀ କରୋନା, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର : ଓଡିଶାରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୩୨ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଦ୍ୱିତୀୟ ଲହରର ଏହା ସର୍ବକାଳୀନ ରେକର୍ଡ । ଏହି କ୍ରମରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୫୧୬କୁ ବୃଦ୍ଧି ପାଇଛି । ଗତ ୨୪ ଦିନରେ କରୋନାରେ ୪୭୩ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪ଜଣ ଲେଖାଏଁ, ଅନୁଗୁଳ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ଜଣ ଲେଖାଏଁ, ନବରଙ୍ଗପୁର , ପୁରୀ, ରାୟଗଡ଼ା ଜିଲ୍ଲାରୁ ୨ଜଣ ଲେଖାଏଁ, ଗଜପତି, ଗଞ୍ଜାମ, ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ, ରାଜ୍ୟରେ ୧୨,୮୫୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୧୧, ୦୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। କଟକରୁ ସର୍ବାଧିକ ୧,୧୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ପରେ ଖୋର୍ଦ୍ଧାରୁ ୧୦୧୦ ଓ ସୁନ୍ଦରଗଡ଼ରୁ ୭୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୬,୧୯୩ ଓ ଲୋକାଲ୍‌ କଣ୍ଟାକ୍ଟସ୍ ୪,୮୬୬ ରହିଛି।‌ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭,୦୩,୪୪୧ରେ ପହଞ୍ଚିଛି।

ସେହିପରି ଆକ୍ଟିଭ୍‌ କେସ୍‌-୧,୧୧,୨୬୨ ଥିବାବେଳେ ୫,୮୯,୬୧୦ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମୟୂରଭଞ୍ଜରୁ ୬୬୨, ଯାଜପୁରରୁ ୫୬୪, ପୁରୀରୁ ୪୩୦, କଳାହାଣ୍ଡିରୁ ୪୦୭, ବାଲେଶ୍ୱରରୁ ୪୦୦, ସମ୍ବଲପୁରରୁ ୩୯୭, ଭଦ୍ରକରୁ ୩୭୭, ବରଗଡରୁ ୩୬୭, ଢେଙ୍କାନାଳରୁ ୩୫୧, ଗଜତସିଂହପୁରୁ ୩୩୦, ନବରଙ୍ଗପୁରରୁ ୩୨୨, କେନ୍ଦ୍ରାପଡାରୁ ୩୦୯, ବୌଦ୍ଧରୁ ୨୬୧, ନୟାଗଡରୁ ୨୪୬, ଝାରସୁଗୁଡାରୁ ୨୨୮, ସୁବର୍ଣ୍ଣପୁରରୁ ୨୦୪, ଷ୍ଟେଟପୁଲରୁ ୨୦୩, କେନ୍ଦୁଝରରୁ ୨୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking