29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶ୩୦ ବର୍ଷ ପରେ ପିତାଙ୍କ ସ୍ଥାନରେ ପୁଅ

୩୦ ବର୍ଷ ପରେ ପିତାଙ୍କ ସ୍ଥାନରେ ପୁଅ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ କ୍ୟାବିନେଟ ସଂପ୍ରସାରଣ ବୁଧବାର କରାଯାଇଛି ଓ ୧୫ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ସହିତ ମୋଟ ୪୩ ଜଣ ଶପଥ ଗ୍ରହଣ କରିଛନ୍ତି । ମନ୍ତ୍ରୀମଣ୍ଡଳ ବିସ୍ତାରରେ ସବୁଠୁ ଅଧିକ ଚର୍ଚ୍ଚା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ହେଉଛି, ଯାହାଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇଛି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ସନ୍ଧ୍ୟାରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମନ୍ତ୍ରୀ ପଦର ଶପଥ ଗ୍ରହଣ କରାଇଛନ୍ତି । ଏହାପରେ ତାଙ୍କୁ ବେସାମରିକ ବିମାନ  ଚଳାଚଳ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି । ତାଙ୍କୁ ଏହି ଦାୟିତ୍ୱ ଦେଇ ମୋଦି ସରକାର ଇତିହାସ ଦୋହରାଇଛନ୍ତି । କାରଣ ୩୦ ବର୍ଷ ପୂର୍ବରୁ ତାଙ୍କ ପିତା ମାଧବରାଓ ସିନ୍ଧିଆ ବି ଏହି ପଦ ସମ୍ଭାଳିଥିଲେ ।
ମାଧବରାଓ ସିନ୍ଧିଆ କଂଗ୍ରେସର ବଡ ନେତା ଥିଲେ ଓ ପିବି ନରସିହ୍ମାରାଓଙ୍କ ସରକାରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିଲେ । ମାଧବରାଓ ସିନ୍ଧିଆ ୧୯୯୧ରୁ ୧୯୯୩ ଯାଏଁ ବେସାମରିକ ବିମାନ ଚଳାଚଳ ଓ ପର୍ଯ୍ୟଟନ ମନ୍ତ୍ରାଳୟ ସମ୍ଭାଳିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking