30.1 C
Bhubaneswar
Friday, April 26, 2024
Homeଅପରାଧଜୁଆ ଆଡ୍ଡା ଉପରେ ଚଢାଉ : ୩୦ ଜଣ ଗିରଫ

ଜୁଆ ଆଡ୍ଡା ଉପରେ ଚଢାଉ : ୩୦ ଜଣ ଗିରଫ

ବ୍ରହ୍ମପୁର : ଗତକାଲି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଉପରେ ପୁଲିସ୍ ଚଢାଉ କରିଥିଲେ । ରଜପର୍ବ ପାଳନ ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୁଆ ଖେଳ ଚାଲିଥିବାର ଖବର ପୁଲିସର ହସ୍ତାନ୍ତର ହୋଇଥିଲା । ଖଲ୍ଲିକୋଟ , ପୋଲସରା ଏବଂ ଗାଙ୍ଗପୁର ଥାନା ଅଞ୍ଚଳରେ ପୁଲିସ ଦ୍ୱାରା ଚଢାଉ କରାଯାଇଥିଲା । ଚଢାଉ ବେଳେ ୩୦ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ପାଖରୁ ନଗଦ ୮୩ , ୧୪୦ ଟଙ୍କା , ୮ଟି ବାଇକ୍ ଓ ୧୧ ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ଏନେଇ ଏସପି ବ୍ରିଜେଶ କୁମାର ରାୟ ସୂଚନା ଦେଇଛନ୍ତି ।

କରୋନା ସଂକ୍ରମଣ ସମୟରେ ରାଜ୍ୟରେ ୧୧ଟି ଜିଲ୍ଲାରେ ଜୁନ୍ ମାସରେ ପ୍ରତି ଶନିବାର ଓ ରବିବାର ସଟ୍‌ଡ଼ାଉନ ରହୁଥିବା ବେଳେ ଗଞ୍ଜାମ ଜିଲ୍ଲା ମଧ୍ୟ ଏହି ୧୧ ଜିଲ୍ଲାର ଅନ୍ତର୍ଭୁକ୍ତ । ହେଲେ କରୋନା କଟକଣା ସମୟରେ କିପରି ଜୁଆ ଆଡ୍ଡାରେ ଜୁଆ ଖେଳ ଚାଲିଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking