30.1 C
Bhubaneswar
Friday, April 26, 2024
Homeଓଡିଶାରାଜ୍ୟରେ ଆଉ ୩ କରୋନା ପଜେଟିଭ ଚିହ୍ନଟ, ସଂଖ୍ୟା ୩୯୪କୁ ବୃଦ୍ଧି

ରାଜ୍ୟରେ ଆଉ ୩ କରୋନା ପଜେଟିଭ ଚିହ୍ନଟ, ସଂଖ୍ୟା ୩୯୪କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ତିନି ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ୩ ଜଣ କଟକ ଜିଲ୍ଲା, ମୟୁରଭଂଜ ଓ ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଛି । ଫଳରେ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୪କୁ ବୃଦ୍ଧି ପାଇଛି । ତେବେ କଟକରେ ଏହି ଆକ୍ରାନ୍ତଙ୍କୁ ମିଶାଇ ୩ ଜଣ ସଂକ୍ରମିତ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ମୟୁରଭଂଜରେ ମଧ୍ୟ ବର୍ତମାନର ଆକ୍ରାନ୍ତଙ୍କୁ ମିଶାଇ ୯ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ଯାଜପୁରରେ ଏହି ଆକ୍ରାନ୍ତଙ୍କୁ ମିଶାଇ ୬୧ ଜଣ ସଂକ୍ରମିତ ହୋଇଥିବା ବେଳେ ଦୁଇ ଜଣ ସୁସ୍ଥ ହୋଇଛନ୍ତି । ତେବେ ଆଜି ଗୋଟିଏ ଦିନରେ ମୋଟ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସର୍ବାଧିକ ୧୭ ଜଣ ମଧ୍ୟ ସୁସ୍ଥ ହୋଇଛନ୍ତି । ତେବେ ବର୍ତମାନ ଚିହ୍ନଟ ହୋଇଥିବା ଆକ୍ରାନ୍ତ କେଉଁମାନଙ୍କ ସହ ମିଶିଛନ୍ତି ଏବଂ କେଉଁଠୁ ଆସିଛନ୍ତି ତାର ଖୋଳତାଡ ଆରମ୍ଭ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ୩୯୪ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୩୦୬ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୮୫ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି ।
https://onakhabar.com/2020/05/11/14-corona-positove-identified-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking