29.1 C
Bhubaneswar
Sunday, May 5, 2024
Homeଓଡିଶାଏନଆଇଟିର ୩ ଛାତ୍ରଙ୍କୁ କୋରନା

ଏନଆଇଟିର ୩ ଛାତ୍ରଙ୍କୁ କୋରନା

ରାଉରକେଲା : ରାଉରକେଲା ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ୩ ଛାତ୍ରଙ୍କ କୋରନା ଆକ୍ରାନ୍ତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ଏହି ଛାତ୍ର ମାନଙ୍କୁ ସ୍ୱତନ୍ତ୍ର ଭାବରେ ଆଇସୋଲେସନରେ ରଖାଯାଇଛି । ଏନଆଇଟି କ୍ୟାମ୍ପସରେ ସଂକ୍ରମଣ ଯେପରି ଆଉ ଅଧିକ ନବ୍ୟାପିବ ସେ ନେଇ ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ଗତ ୩ ଦିନ ହେଲା କୋରନା ସଂକ୍ରମିତଙ୍କ ସଂଖ୍ୟା ୨୦ ଉପରେ ରହିଥିବା ବେଳେ ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨୭ କୋରନା ପଜେଟିଭ ବାହାରିଛନ୍ତି ।

ରାଉରକେଲା ରେଳ ଷ୍ଟେସନରେ ମଧ୍ୟ ରେଳ ଯାତ୍ରୀଙ୍କ ଉପରେ କଡା ନଜର ରଖାଯାଇଛି । ଘର ଘର ବୁଲି ସ୍ୱସ୍ଥ୍ୟ କର୍ମୀ ମାନେ ଯାଞ୍ଚ କରୁଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଜାରି ରହିଥିବା ଜିଲ୍ଲାପାଳ କହିଛନ୍ତି । ଗତକାଲି ଠାରୁ ସୁନ୍ଦରଗଡରେ ୧୦ ଗୁଣା ଟେଷ୍ଟିଂ ବଢାଯାଇଛି ।
ଗତ ୨ ଦିନ ତଳେ ଏନଆଇଟି ରେ କନଭୋକେସନ ଅନୁଷ୍ଠିତ ହୋଇଥିଲା । ସେହି ସମୟରେ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ଛାତ୍ରଛାତ୍ରୀ ଏହିଠାକୁ ଆସିଥିଲେ । ତେବେ ଏହି କନେଭୋକେସନ ପରେ ୩ ଜଣ କରୋନା ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking