30.1 C
Bhubaneswar
Saturday, May 18, 2024
Homeକରୋନାବଜାରକୁ ଆସିପାରେ କୋରନା ବଟିକା

ବଜାରକୁ ଆସିପାରେ କୋରନା ବଟିକା

ନୁୟର୍କ : କୋରନା ଭାଇରସକୁ ରୋକିବା ପାଇଁ ବିଶ୍ୱର ଅନେକ ଦେଶରେ ଟୀକକରଣ ଅଭିଯାନ ଚାଲିଛି । ଏହି କାର୍ଯ୍ୟ ପାଇଁ ବିଭିନ୍ନ କମ୍ପାନୀ ଦ୍ୱାରା ବନାଇଯାଇଥିବା କୋରନା ଭ୍ୟାକସିନର ସାହାଯ୍ୟ ନିଆଯାଉଛି । ଯଦି ଏହି ସବୁ ପ୍ରକ୍ରିୟା ସଠିକ ରୁପେ ଚାଲିବ ତେବେ ବଜାରକୁ ଖୁବ ଶିଘ୍ର କୋରନା ଭାଇରସ ପାଇଁ ବଟିକା ଉପଲବ୍ଧ ହେବ । ରିପୋର୍ଟ ଅନୁସାରେ ଆମେରିକାର ମେଡିସିନ କମ୍ପାନୀ ଫାଇଜର , ସାର୍ସ-ସିଓବି-୨ ପାଇଁ ନୋବେଲ ଓରାଲ ଏଣ୍ଟିଭାଇରାଲ ଡ୍ରଗ ଟ୍ରାଏଲ ଆରମ୍ଭ କରିଛି ଓ ବର୍ତ୍ତମାନ ଯାଏଁ ଏହାର ଫଳାଫଳ ଉତ୍ସାହ ଜନକ ରହିଛି ।

ମଙ୍ଗଳବାର ଦିନ ଏକ ବିବୃତ୍ତିରେ କୁହାଯାଇଛି ଯେ ଓରାଲ୍ ଆଣ୍ଟିଭାଇରାଲ୍ କ୍ଲିନିକାଲ୍ କ୍ୟାଣ୍ଡିଡେଟ ପିଏଫ-୦୭୩୨୧୩୩୨’ ସାର୍ସ-କୋଭ୨-୩ସିଏଲ ସାର୍ସ-କୋଭ-୨ ଏବଂ କରୋନା ବିରୁଦ୍ଧରେ ଶକ୍ତିଶାଳୀ ଇନ୍-ଭିଟ୍ରୋ ଆଣ୍ଟି-ଭାଇରାଲ୍ କାର‌୍ୟ୍ୟକଳାପ ପ୍ରଦର୍ଶନ କରିଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଏହା କୋଭିଡ -୧୯ ର ଚିକିତ୍ସାରେ ଏବଂ ଭବିଷ୍ୟତରେ କରୋନା ଜୀବାଣୁଙ୍କ ବିପଦର ମୁକାବିଲା ପାଇଁ ବ୍ୟବହାର କରାଯାଇପାରିବ ।

ମୁଖ୍ୟ ବୈଜ୍ଞାନିକ ଅଧିକାରୀ ତଥା ଫାଇଜର ୱାର୍ଲ୍ଡ ୱାଇଡ ରିସର୍ଚ୍ଚ, ଡେଭଲପମେଣ୍ଟ ଆଣ୍ଡ ମେଡିକାଲର ସଭାପତି ମାଇକେଲ ଡଲଷ୍ଟନ୍ କହିଛନ୍ତି ଯେ ଆମେ ପିଏଫ-୦୭୩୨୧୩୩୨ କୁ ଏକ ସମ୍ଭାବ୍ୟ ମୌଖିକ ଚିକିତ୍ସା ଭାବରେ ଡିଜାଇନ୍ କରିଛୁ ଯାହା ସଂକ୍ରମଣର ପ୍ରଥମ ସଙ୍କେତରେ ନିର୍ଦ୍ଧାରିତ ହୋଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking