34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ କାର୍ଯ୍ୟକର୍ତ୍ତା

ପ୍ରଧାନମନ୍ତ୍ରୀଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ କାର୍ଯ୍ୟକର୍ତ୍ତା

କୋଲକାତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁର୍ବି ମେଦିନୀପୁରର କାଠୀ ଠାରେ ଏକ ର‌୍ୟାଲିକୁ ସମ୍ବୋଧନ କରୁଥିବା ବେଳେ ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ଭାଷଣ ଦେବା ପାଇଁ ପ୍ରଧାନମନ୍ତ୍ରୀ ମଞ୍ଚ ଉପରକୁ ପହଞ୍ଚିବା ପରେ ଜଣେ କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀଙ୍କ ଗୋଡ ଧରି ପ୍ରଣାମ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କୁ ଏପରି କରିବାକୁ ଅଟକାଇଥିଲେ ଓ ସେ ନିଜେ ମଧ୍ୟ କାର୍ଯ୍ୟକର୍ତ୍ତାଙ୍କ ଆଗରେ ମୁଣ୍ଡ ତଳକୁ କରିଦେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଗୋଡ ଛୁଇଁ ପ୍ରଣାମ କରିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଅନୁପ ଦା ,ସେ କାଠୀ ଅଞ୍ଚଳରେ ଭାରତୀୟ ଜନତା ପାର୍ଟିର ସଭାପତି ଅଟନ୍ତି । ଅମିତ ପାଟିଲ ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ସେ ଏପରି କାହିଁକି କଲେ , ଉତ୍ତରରେ ଅନୁପ କହିଥିଲେ, ପୂଜନୀୟ ଓ ଗୁରୁଜନଙ୍କ ପାଦ ଛୁଇଁବା ଆମର ସଂସ୍କୃତି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନୁପ ତାଙ୍କୁ ପୁଷ୍ପଗୁଚ୍ଛ ଦେଇପାରିନଥିଲେ ତେଣୁ ପ୍ରଣାମ କରିଥିଲେ ।

ପଶ୍ଚିମବଙ୍ଗର କାଠୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମମତା ତାଙ୍କ ବୈଠକରେ ଉଠାଉଥିବା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବର୍ତ୍ତମାନ ବଙ୍ଗଳାର କୋଣ ଅନୁକୋଣରୁ ସମାନ ସ୍ୱର ଆସୁଛି, ପ୍ରତ୍ୟେକ ଘରୁ ସମାନ ସ୍ୱର ଆସୁଛି, ପ୍ରତ୍ୟେକ ମୁଖରୁ ସମାନ ସ୍ୱର ଆସୁଛି, ମଇ ୨ରେ  ମମତାଙ୍କର ଯିବା ନିଶ୍ଚିତ । ସେ କହିଛନ୍ତି ଯେ ପଶ୍ଚିମବଙ୍ଗର ପିଲାମାନେ ମଧ୍ୟ ଆପଣଙ୍କ ନାଟକ ବୁଝିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking