26.1 C
Bhubaneswar
Friday, May 10, 2024
Homeଅପରାଧପିକ୍‌ଅପ୍ ଭ୍ୟାନରୁ ଗଞ୍ଜେଇ ଜବତ

ପିକ୍‌ଅପ୍ ଭ୍ୟାନରୁ ଗଞ୍ଜେଇ ଜବତ

ଜୟପୁର : ପିକ୍‌ଅପ୍ ଭ୍ୟାନରୁ ଗଞ୍ଜେଇ ଜବତ । କୋରାପୁଟ ଜିଲ୍ଲାର ଦୋରାଗୁଡ଼ା ଛକରୁ ଏକ ପିକ୍‌ଅପ୍ ଭ୍ୟାନରୁ ପ୍ରାୟ ୧୦ କେଜି ଓଜନର ଗଞ୍ଜେଇ ଜବତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବାର ଖବର ବୈପାରୀଗୁଡ଼ା ପୋଲିସ୍ ଖବର ପାଇବା ପରେ ଗାଡ଼ି ଉପରେ ଚଢାଉ କରି ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କରାଯାଇଛି । ଗାଡ଼ିରେ ଥିବା ଗଞ୍ଜେଇ ଛତିଶଗଡ଼କୁ ଚାଲାଣ ହେଉଥିଲା ବୋଲି ସୂଚନା ମିଳିଛି ।ପିକଅପ୍ ଭ୍ୟାନ ( ଓଡ଼ି ୧୦ କେ ୭୭୭୯ )କୁ ଡିଏସପି ଅଂଶୁମାନ ଦ୍ୱିବେଦୀଙ୍କ ନର୍ଦ୍ଦେଶରେ ଜବତ କରାଯାଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁରର ଅର୍ଜୁନ ମାଚା, ଝାଡ଼ିଆଗୁଡାର ମହେନ୍ଦ୍ର ବାଗ ଏବଂ ଜୟପୁରର ଖପତି ବାଲିପୁଟିଆ। ଏହି ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ବୈପାରିଗୁଡ଼ା ଥାନାରେ ଏନଡିପିଏସ୍ ଆଇନ୍ ୧୯୮୫ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଏହି ଘଟଣାର ଅଧିକ ତଦନ୍ତ କରୁଛି ବୈପାରିଗୁଡ଼ା ଥାନା ପୁଲିସ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking