29.1 C
Bhubaneswar
Friday, April 26, 2024
Homeଓଡିଶାଭଦ୍ରକ ଜିଲ୍ଲାର ୨ଟି ଜାଗାରେ ଲାଗୁ ହେଲା ଧାରା ୧୪୪

ଭଦ୍ରକ ଜିଲ୍ଲାର ୨ଟି ଜାଗାରେ ଲାଗୁ ହେଲା ଧାରା ୧୪୪

ଭଦ୍ରକ : ଭଦ୍ରକ ଜିଲ୍ଲାର ୨ଟି ଜାଗାରେ ଲାଗୁ ହେଲା ଧାରା ୧୪୪ । ଜିଲ୍ଲାର ଅପର୍ତ୍ତିବିନ୍ଧାର ଏଲ୍‌ଖା ଓ ମୀରସାହିରେ ୧୪୪ ଧାରା ଲାଗୁ କରାଯାଇଛି । ୧୬ ତାରିଖ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୧୪୪ ଧାରାକୁ ଲାଗୁ କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ଓ କୋଭିଡ଼ -୧୯ ପାଇଁ ଏପରି ନିଷ୍ପତ୍ତି ନେଇଥିବା ବିଷୟରେ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ୧୪୪ ଧାରା ଲାଗୁ ହେବା ପରେ ଗୋଟିଏ ଜାଗାରେ ୨ରୁ ଅଧିକ ଲୋକଙ୍କ ଏକତ୍ର ହେବାକୁ ବାରଣ କରାଯାଇଛି । ଏହି ସମୟରେ ସମସ୍ତ ଧାର୍ମିକ ସ୍ଥଳୀ ସହ ପୂଜାପାଠକୁ ମଧ୍ୟ ବନ୍ଦ ରଖାଯାଇଛି ।

ସେହିପରି ଗତକାଲି ବାଲେଶ୍ୱରରେ ରଜ ଗହଳିକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କର୍ଫ୍ୟୁ ସମୟରେ ପରିବର୍ତ୍ତନ କରାଯାଇ ସଂନ୍ଧ୍ୟା ୬ଟାରୁ କର୍ଫ୍ୟୁ ଆରମ୍ଭ କରାଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।
ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କେବଳ ଭଦ୍ରକ ଜିଲ୍ଲାରେ ୧୭୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୧୩୫ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୪୨ଜଣ ରାଜ୍ୟର ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ରାଜ୍ୟରେ ଆଜି ସକାଳ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୧୧ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୨୭୦୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୧୩୩୩ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking