26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପାକିସ୍ତାନରୁ ୨ ଭାରତୀୟ ଦୂତବାସୀ କର୍ମଚାରୀ ନିଖୋଜ

ପାକିସ୍ତାନରୁ ୨ ଭାରତୀୟ ଦୂତବାସୀ କର୍ମଚାରୀ ନିଖୋଜ

ନୂଆଦିଲ୍ଲୀ: ୨ ଦୂତବାସୀ କର୍ମଚାରୀ ନିଖୋଜ । ପାକିସ୍ତାନରୁ ଆସିଛି ବଡ଼ ଖବର । ଇସଲାମାବାଦ ସ୍ଥିତ ଭାରତୀୟ ଉଚ୍ଚାୟୋଗରୁ ୨ ଭାରତୀୟ ଅଧିକାରୀ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କ ସହ କୌଣସି ସମ୍ପର୍କ ହୋଇପାରୁନାହିଁ । ଏଏନଆଈ ସୁତ୍ରରୁ ଜଣାପଡ଼ିଛି ଯେ , ପାକିସ୍ତାନରେ ଦୁଇ ସିଆଇଏସଏଫ କର୍ମଚାରୀ ଡ଼୍ୟୁଟିରେ ଥିବା ବେଳେ ନିଖୋଜ ହୋଇଛନ୍ତି । ପ୍ରାୟ ଦୁଇ ଘଣ୍ଟା ହେବ ନ ତାଙ୍କ ସହ କୌଣସି ପ୍ରକାରରେ ସମ୍ପର୍କ ହୋଇପାରୁନାହିଁ ।

କିଛି ଦିନ ପୂର୍ବରୁ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଆଇଏସଆଇ ଏଜେନ୍ସିର କିଛି ଲୋକ ଭାରତୀୟ କୂଟନୀତିଜ୍ଞ ଗୌରବ ଆଲ୍‌ହୁୱାଲିଆଙ୍କ ଗାଡ଼ିଙ୍କୁ ଅନୁସରଣ କରିଥିଲେ । ଏହାପରେ ଭାରତୀୟ ଦୂତବାସ ଅଧିକାରୀମାନଙ୍କ ଦ୍ୱାରା ପାକିସ୍ତାନୀ ବିଦେଶ ମନ୍ତ୍ରାଳୟକୁ ନୋଟିସ୍ ଜାରି କରାଯାଇଥିଲା ଏବଂ ନୋଟିସ୍‌ରେ ଭାରତୀୟ କୂଟନୀତିଜ୍ଞଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦିଆଯିବା ପାଇଁ କୁହାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking