24.1 C
Bhubaneswar
Thursday, May 9, 2024
Homeଓଡିଶା୨୭ରୁ ଯୁକ୍ତ ତିନି ସ୍ପଟ୍ ନାମଲେଖା

୨୭ରୁ ଯୁକ୍ତ ତିନି ସ୍ପଟ୍ ନାମଲେଖା

ଭୁବନେଶ୍ୱର:  ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଖାଲି ରହିଥିବା ୧ ଲକ୍ଷ ୩ ହଜାର ସିଟ୍‌ରେ ସ୍ପଟ ନାମଲେଖା ଆସନ୍ତା ୨୭ରୁ ଆରମ୍ଭ ହେବ । ଡିଗ୍ରି କଲେଜଗୁଡ଼ିକରେ ସ୍ପଟ୍ ନାମଲେଖା ୨୭ରୁ ଆରମ୍ଭ ହୋଇ ୩୦ ତାରିଖ ଯାଏଁ ଚାଲିବ । ସ୍ପଟ୍ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ୯ତାରିଖରୁ ଆରମ୍ଭ ହୋଇ ୧୭ ତାରିଖରେ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କୁ ହିଁ ସ୍ପଟ ନାମଲେଖାରେ ସୁଯୋଗ ଦିଆଯାଇଛି ।

ତେବେ ଛାତ୍ରଛାତ୍ରୀ ଆସନ୍ତାକାଲି(ଗୁରୁବାର) ଅପରାହ୍ଣ ୫ଟା ସୁଦ୍ଧା ସେମାନଙ୍କ ଆବେଦନ କପି କଲେଜ ସ୍ତରରେ ଦାଖଲ କରିବେ । ୨୩ ତାରିଖରେ କଲେଜର ଇସ୍ପେସ୍‌ରେ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପିଲାଙ୍କ ତାଲିକା ପ୍ରକାଶ ପାଇବ । ୨୪ରୁ ୨୭ ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ କଲେଜରେ ଫି’ ଦାଖଲ କରିବାକୁ ପଡ଼ିବ । ସେହିପରି ଅକ୍ଟୋବର୨୭ ଏବଂ ୨୮ ତାରିଖରେ ଛାତ୍ରଛାତ୍ରୀଙ୍କ କାଗଜପତ୍ର(ଡକ୍ୟୁମେଣ୍ଟ) ଯାଞ୍ଚ କରାଯିବ । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ୨୭ରୁ ୩୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବା ନେଇ ଉଚ୍ଚ ଶିକ୍ଷା ବିଭାଗ ଦର୍ଶାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking