30.1 C
Bhubaneswar
Friday, April 26, 2024
Homeଓଡିଶା+୩: ୯୭,୭୫୯ ସିଟ୍ ଖାଲି ପଡ଼ିଛି, ସ୍ପଟ ନାମଲେଖା ପାଇଁ ଆଜିଠୁ ଆବେଦନ

+୩: ୯୭,୭୫୯ ସିଟ୍ ଖାଲି ପଡ଼ିଛି, ସ୍ପଟ ନାମଲେଖା ପାଇଁ ଆଜିଠୁ ଆବେଦନ

ଭୁବନେଶ୍ୱର: ରାଜ୍ୟରେ ଡିଗ୍ରୀ କଲେଜଗୁଡ଼ିକରେ ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି । ମଙ୍ଗଳବାର ବଳକା ସିଟ୍ ତାଲିକା ପ୍ରକାଶ ପାଇଛି । ୧,୦୨୩ ଡିଗ୍ରୀ କେଲଜେର ମୋଟ ୨,୫୨,୦୧୩ ସିଟ୍ ଥିବାବେଳେ ୧,୫୪,୨୫୪ଜଣ ନାମ ଲେଖାଇଛନ୍ତି । ବର୍ତ୍ତମାନ ୯୭,୭୫୯ ସିଟ୍ ବଳକା ପଡ଼ିଛି । ସେଥିମଧ୍ୟରୁ କଳାରେ ୪୪,୩୩୯, ଫିଜିକାଲ ସାଇନ୍େସର ୨୧,୯୭୧,ବାୟୋଲୋଜି ସାଇନ୍ସରେ ୧୧,୫୪୯, ବାଣିଜ୍ୟରେ ୧୪,୧୯୪, ସେଲ୍‌ଫ ଫାଇନାନ୍ସିଂରେ ୭୬୭ ଏବଂ ସଂସ୍କୃତରେ ୪,୯୩୯ ସିଟ୍ ଖାଲି ପଡ଼ିଥିବା ସାମ୍ସ ପୋର୍ଟାଲରୁ ଜଣାପଡ଼ିଛି । ବଳକା ସିଟ୍ ପାଇଁ ସ୍ପଟ ନାମେଲଖା ହେବ ।

ଏଥିପାଇଁ ୨୧ ତାରିଖ ପୂର୍ବାହ୍ନ ୧୧ଟାରୁ ୨୩ ତାରିଖ ରାତି ୧୧ଟା ୪୫ଭିତେର ଛାତ୍ରଛାତ୍ରୀ ଆବେଦନ କରିବେ । ତେବେ ଯେଉଁମାନେ ପ୍ରଥମପର୍ଯ୍ୟାୟରେ ନିଜ ନାମ ପଞ୍ଜିକରଣ କରିବା ସହିତ ସିଏଏଫ୍ ଦାଖଲ କରିଥିଲେ ସେମାନେ ହିଁ କେବଳ ଏଥିରେ ଆବେଦନ କରିପାରିବେ । ୨୮ ତାରିଖ ଅପରାହ୍ନ୨ଟାରେ ସ୍ପଟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ୨୮ତାରିଖ ଅପରାହ୍ନ ୨ଟାରୁ ଅକ୍ଟୋବର ୧ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସ୍ପଟ ନାମଲେଖା ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking