34.1 C
Bhubaneswar
Thursday, April 25, 2024
Homeଅପରାଧନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର, ଅଭିଯୁକ୍ତ ଗିରଫ

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବିବାହାର ପ୍ରଲୋଭନ ଦେଖାଇ ଅପହରଣ କରି ବଳାକାôାର କରିଥିବା ଅଭିଯୁକ୍ତଙ୍କୁ ମଞ୍ଚେଶ୍ୱର ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଖୋର୍ଦ୍ଧା ଜୟମଙ୍ଗଳ ଅଞ୍ଚଳର ମନୋଜ ପାଇକ । ସୂଚନା ମୁତାବକ ଅଭିଯୁକ୍ତ ମନୋଜ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଝରଣା ବସ୍ତିରେ ରହୁଥିଲେ । ସେ ବିବାହିତ ହୋଇଥିବା ବେଳେ ତାଙ୍କର ୨ଟି ଛୋଟ ପିଲା ମଧ୍ୟ ରହିଛନ୍ତି । ପୀଡିତା ନାବାଳିକା ଜଣଙ୍କ ତାଙ୍କ ପଡୋଶୀ ଘରେ ରୁହନ୍ତି ।

ସେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶୃତି ଦେଇ ଅପହରଣ କରିନେଇଥିଲେ । ଏ ନେଇ ନାବାଳିକାଙ୍କ ପରିବାର ଲୋକ ଥାନରେ ଅଭିଯୋଗ କରିବା ପରେ ପୁଲିସ ଏମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୁଲିସ କଟକ ଧବଳେଶ୍ୱର ଅଞ୍ଚଳରୁ ନାବଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ନାବଳିକାଙ୍କୁ ପଚରା ଉଚରା ପରେ ଅଭିଯୁକ୍ତ ବିବାହର ପ୍ରତିଶୃତି ଦେଇ ତାଙ୍କ ସହିତ ଶରୀରିକ ସମ୍ପର୍କ ମଧ୍ୟ ରଖିଥିବା ପୁଲିସକୁ କହିଥିଲା । ପୁଲିସ ନାବାଳିକାଙ୍କୁ ଡାକ୍ତରୀ ମାଇନା କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଅଭିଯୁକ୍ତଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking