41.1 C
Bhubaneswar
Sunday, April 28, 2024
Homeଓଡିଶାଅଣ୍ଡରୱିର୍‌ରୁ ଜବତ ହେଲା ୩୪ ଲକ୍ଷର ସୁନା

ଅଣ୍ଡରୱିର୍‌ରୁ ଜବତ ହେଲା ୩୪ ଲକ୍ଷର ସୁନା

ନୂଆଦିଲ୍ଲୀ: ସୁନା ସ୍ମଗଲିଂ ପାଇଁ ଆଜିକାଲି ସ୍ମଗଲର୍‌ମାନେ ନୂଆ ନୂଆ ଉପାୟ ବାହାର କରିବାରେ ଲାଗିଛନ୍ତି । ଏହି କ୍ରମରେ ଚକିତ କଲାପରି ଏକ ମାମଲା ହାଇଦ୍ରାବାଦ୍‌ରେ ସାମ୍ନାକୁ ଆସିଛି । ଶାରଜାରୁ ଫେରିଥିବା ଜଣେ ଭାରତୀୟ ନାଗରିକ ୩୪ ଲକ୍ଷ ଟଙ୍କାର ସୁନା ଲୁଚାଇବାର ଏକ ଭିନ୍ନ ଉପାୟ ଅବଲମ୍ବନ କରିଥିଲେ ମଧ୍ୟ କଷ୍ଟମ୍ସ ଟିମ୍ ତାଙ୍କୁ ଧରିବାରେ ସଫଳ ହୋଇଥିଲେ । ଅଭିଯୁକ୍ତ ଜଣକ ୩୪ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୮୯୫.୦୫ ଗ୍ରାମ ସୁନା ପେଷ୍ଟ ରୂପରେ ନିଜ ଅଣ୍ଡରୱିୟର୍‌ରେ ଲୁଚାଇଥିଲେ ।

ସମ୍ପୃକ୍ତ ଯାତ୍ରୀ ଜଣକ ସୁନା ପେଷ୍ଟ୍‌କୁ ପ୍ଲାଷ୍ଟିକ୍ ପାଉଚ୍‌ରେ ରଖି ନିଜ ଅଣ୍ଡରୱିୟରରେ ଲୁଚାଇ ରଖିଥିଲେ । ଏହି ମାମଲାରେ ତାଙ୍କ ନାମରେ ସୁନା ସ୍ମଗ୍‌ଲିଂ କେସ୍ ରୁଜୁ କରାଯିବା ସହ ଏହାର ତଦନ୍ତ ଚାଲିଥିବା ଟିମ୍‌ର ଜଣେ ଅଧିକାରୀ କହିଛନ୍ତି । କିଛିଦିନ ପୂର୍ବେ କେରଳର କନ୍ନୁର୍ ବିମାନ ବନ୍ଦରରେ ଜଣେ ବ୍ୟକ୍ତିଙ୍କଠାରୁ କଷ୍ଟମ୍ସ ବିଭାଗ ୧୪ ଲକ୍ଷ ଟଙ୍କାର ପ୍ରାୟ ୩୦୨ ଗ୍ରାମ ସୁନା ଜବତ କରିଥିଲା । ଯାତ୍ରୀ ଜଣକ ଏହି ସୁନାକୁ ପେଷ୍ଟ ରୂପରେ ନିଜ ପ୍ୟାଣ୍ଟ୍ ଲେୟର୍‌ରେ ଲୁଚାଇ ରଖି ସ୍ମଗଲିଂ ଉଦ୍ୟମ କରୁଥିଲେ । ଜୁଲାଇରେ ଦୁବାଇରୁ ଫେରିଥିବା ଜଣେ ଯାତ୍ରୀ ୪୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୮୧୦ ଗ୍ରାମ ସୁନା ନିଜ ମଳଦ୍ୱାରରେ ଲୁଚାଇ ନେଇଯିବାକୁ ଉଦ୍ୟମ କରୁଥିବା ବେଳେ କଷ୍ଟମ୍ସ ବିଭାଗ ଦ୍ୱାରା ଗିରଫ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking