28.1 C
Bhubaneswar
Friday, March 29, 2024
Homeଖେଳକ୍ରିକେଟ୍ ପରି ଲୋକପ୍ରିୟ ହେବ ଜାଭେଲିନ୍‌ : ଠାକୁର

କ୍ରିକେଟ୍ ପରି ଲୋକପ୍ରିୟ ହେବ ଜାଭେଲିନ୍‌ : ଠାକୁର

ନୂଆଦିଲ୍ଲୀ : ଚଳିତ ଟୋକିଓ ପାରାଲିମ୍ପିକ୍ସରେ ପ୍ରଥମ ଥର ପାଇଁ ଭାରତୀୟ ପ୍ରତିଯୋଗୀମାନେ ପଦକ ସଂଖ୍ୟାକୁ ୨ ଅଙ୍କରେ ପହଞ୍ଚାଇଥିବା ବେଳେ ଅଦ୍ୟାବଧି ୧୩ଟି ପଦକ ଜିତିସାରିଛନ୍ତି । ସେମାନଙ୍କ ମଧ୍ୟରେ ଜାଭେଲିନ୍ ଥ୍ରୋୟର୍ ସୁମିତ୍ ଅନ୍ତିଲ୍ ଓ ଦେବେନ୍ଦର ଝାଝାରିଆ ମଧ୍ୟ ସାମିଲ୍ ଅଛନ୍ତି । ଏହି ଦୁଇ ଜଣ ପଦକ ବିଜେତାଙ୍କୁ ଶୁକ୍ରବାର କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ସମ୍ବର୍ଦ୍ଧିତ କରିବା ସହ ଆଗାମୀ ଦିନରେ ଦେଶରେ ଜାଭେଲିନ୍ ମଧ୍ୟ କ୍ରିକେଟ୍ ପରି ଲୋକପ୍ରିୟତା ପାଇବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଗତ ଟୋକିଓ ଅଲିମ୍ପିକ୍ସରେ ଭାରତର ଯୁବ ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା ଐତିହାସିକ ସ୍ୱର୍ଣ୍ଣପଦକ ଜିତିବା ପରେ ପାରାଲିମ୍ପିକ୍ସରେ ସୁମିତ୍‌, ଝାଝରିଆ ଓ ସୁନ୍ଦର ସିଂ ଗୁର୍ଜର୍ ମଧ୍ୟ ଜାଭେଲିନ୍‌ରେ ପଦକ ଆରିଛନ୍ତି । ଗତ ସୋମବାର ଟୋକିଓ ପାରାଲିମ୍ପିକ୍ସରେ ଡେବ୍ୟୁଟାଣ୍ଟ୍ ସୁମିତ୍ ନିଜର ବିଶ୍ୱ ରେକର୍ଡକୁ ୫ ଥର ବ୍ରେକ୍ କରିବା ସହ ଏଫ୍‌୬୪ କାଟାଗୋରୀରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।

ସେହିପରି ଭେଟେରାନ୍ ଝାଝରିଆ ରୌପ୍ୟ ଓ ଗୁର୍ଜର୍ ବ୍ରୋଞ୍ଜ୍ ପଦକ ପାଇଥିଲେ । ଏହି କାର୍ଯ୍ୟକ୍ରମରେ ଡିସକସ୍ ଥ୍ରୋ’ ଏଫ୍‌୫୬ରେ ରୌପ୍ୟ ପଦକ ଜିତିଥିବା ଯୋଗେଶ କାଠୁନିୟା ଓ ହାଇ ଜମ୍ପ୍ ଟି୬୩ରେ ବ୍ରୋଞ୍ଜ୍ ପଦକ ଜିତିଥିବା ଶରଦ କୁମାର ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ । ଏହି ଅବସରରେ ଠାକୁର ଉପରୋକ୍ତ ପ୍ରତିଯୋଗୀମାନଙ୍କୁ ଆଗାମୀ ଦିନରେ ସେମାନଙ୍କ ଆବଶ୍ୟକତା ଅନୁସାରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେ କହିଛନ୍ତି ଯେ ଗତ ଅଗଷ୍ଟ ୨୯ ତାରିଖରେ ଜାତୀୟ କ୍ରୀଡ଼ା ଦିବସରେ ଭାରତର ପାରାଲିମ୍ପିଆନ୍‌ମାନେ ୪ଟି ପଦକ ଜିତି କିମ୍ବଦନ୍ତୀ ହକି ଖେଳାଳି ମେଜର୍ ଧ୍ୟାନଚାନ୍ଦଙ୍କ ପ୍ରତି ଅଜସ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

କେନ୍ଦ୍ର ସରକାର ବିଭିନ୍ନ ନ୍ୟାସନାଲ୍ ସ୍ପୋର୍ଟ୍ସ ଫେଡେରେସନ୍ (ଏନ୍‌ଏସ୍‌ଏଫ୍‌) ଓ ଆଥଲେଟ୍‌ମାନଙ୍କୁ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେଉଥିବା ବେଳେ ଆଥଲେଟମାନେ ମଧ୍ୟ କଠିନ ପରିଶ୍ରମ କରୁଥିବାରୁ ଆଜି ଟୋକିଓ ପାରାଲିମ୍ପିକ୍ସରେ ପଦକ ସଂଖ୍ୟା ଦୁଇ ଅଙ୍କରେ ପହଞ୍ଚିପାରିଛି । ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ଉତ୍ସାହିତ କରୁଥିବାରୁ ଏହା  ସଫଳତାର ଏକ ମୁଖ୍ୟ ମାଧ୍ୟମ ହୋଇପାରିଛି ବୋଲି ଠାକୁର କହିଛନ୍ତି । ଏଥିସହ ଆଗାମୀ ଦିନରେ ଟପ୍ ପରି ସ୍କିମ୍ ମାଧ୍ୟମରେ ଖେଳାଳିଙ୍କୁ ପ୍ରୋତ୍ସାହନ ଜାରି ରହିବ ଓ ଦେଶରେ କ୍ରୀଡ଼ାର ବିକାଶ ପାଇଁ ଏକ ସ୍ୱତନ୍ତ୍ର ପରିବେଶ ଗଠନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଠାକୁର କହିଛନ୍ତି । ଗତ ୪ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଯୋଗାଇଦେଇଥିବା ପ୍ରୋତ୍ସାହନ ଆଜି ସଫଳତାରେ ପରିଣତ ହୋଇପାରିଛି ବୋଲି ଝାଝରିଆ ଓ ଶରଦ କହିବା ସହ ନିଜେ ପ୍ରଧାନମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରିଥିବାରୁ ଏହା ସ୍ୱତନ୍ତ୍ର ଶକ୍ତି ଯୋଗାଇ ଦେଇଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking