26.1 C
Bhubaneswar
Wednesday, May 8, 2024
Homeକରୋନାବାୟୁରେ ବ୍ୟାପେ ନାହିଁ କରୋନା

ବାୟୁରେ ବ୍ୟାପେ ନାହିଁ କରୋନା

ନୂଆଦିଲ୍ଲୀ : କରୋନା ବିପର୍ଯୟ ଆଜି ପର‌୍ୟ୍ୟନ୍ତ ଦେଶର ୨୭୪ ଟି ଜିଲ୍ଲାକୁ ପ୍ରଭାବିତ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ ୩୩୭୪ କୋଭିଡ ୧୯ ଟି ମାମଲା ରୁଜୁ ହୋଇଛି । ଗତକାଲି ଠାରୁ ୪୭୨ ଟି ନୂଆ ମାମଲା ରୁଜୁ ହୋଇଛି । ଗତକାଲି ଠାରୁ ୧୧ ଜଣଙ୍କ ସମେତ ମୋଟ ୭୯ ଜଣଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି । ୨୬୭ ଜଣ ଲୋକ ଆରୋଗ୍ୟ ହୋଇଛନ୍ତି। ଏଥିସହ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କହିଛି ଯେ ବାୟୁରୁ କରୋନା ବିସ୍ତାର ହେବାର କୌଣସି ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନାହିଁ।
ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣିଆ ସାଲିଲା ଶ୍ରୀବାସ୍ତବ କହିଛନ୍ତି ଯେ ରାଜ୍ୟ ସରକାର ଏହି ଲକଡାଉନ୍ କୁ କାର୍ଯ୍ୟକାରୀ କରୁଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବାଗୁଡିକର ଅବସ୍ଥା ସନ୍ତୋଷଜନକ ଅଟେ । ସେ କହିଛନ୍ତି ଯେ ଭାରତର ସମସ୍ତ ରାଜ୍ୟରେ ୨୭,୬୬୧ ରିଲିଫ୍ କ୍ୟାମ୍ପ ଏବଂ ଆଶ୍ରୟସ୍ଥଳ ସ୍ଥାପନ କରାଯାଇଛି – ସରକାରଙ୍କ ଦ୍ୱାରା ୨୩,୯୨୪ ଏବଂ ବେସରକାରୀ ସଂସ୍ଥା ଦ୍ୱାରା ୩,୭୩୭ । ୧୨.୫ ଲକ୍ଷ ଲୋକ ଏଥିରୁ ଆଶ୍ରୟ ପାଇଛନ୍ତି।
୧୯,୪୬୦ ଖାଦ୍ୟ ଶିବିର ମଧ୍ୟ ସ୍ଥାପନ କରାଯାଇଛି। ସେ କହିଛନ୍ତି ଯେ ୭୫ ଲକ୍ଷରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି। ୧୩.୬ ଲକ୍ଷ ଶ୍ରମିକଙ୍କୁ ସେମାନଙ୍କ ନିଯୁକ୍ତିଦାତା ଏବଂ ଶିଳ୍ପ ଦ୍ୱାରା ଆଶ୍ରୟ ଏବଂ ଖାଦ୍ୟ ଯୋଗାଇ ଦିଆଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking