29.1 C
Bhubaneswar
Wednesday, April 24, 2024
Homeଓଡିଶାକେବେ ଖୋଲିବ ସ୍କୁଲ ?

କେବେ ଖୋଲିବ ସ୍କୁଲ ?

ଭୁବନେଶ୍ୱର: କରୋନା ଭାଇରସ ପାଇଁ ଏବେ ସାରା ଦେଶରେ ଲକ୍ ଡାଉନ ଜାରି ରହିଛି । ତେବେ ଭାରତ ସରକାରଙ୍କ ଦ୍ୱାରା ଘୋଷିତ ହୋଇଥିବା ଏହି ଲକ୍ ଡାଉନ ଆସନ୍ତା ୧୪ ତାରିଖ ରାତି ୧୨ଟାରେ ଶେଷ ହେବ । ତେବେ ଏହା ପରେ ବନ୍ଦ ହୋଇଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସବୁ ଖୋଲିବ କି ନାହିଁ, ତାକୁ ନେଇ ଏବେ ସମସ୍ତହ୍‌କ ମନରେ ଦ୍ୱନ୍ଦ ରହିଛି ।
ସ୍କୁଲ କେବେ ଖୋଲିବ, ତା’ର ନିଷ୍ପତ୍ତି ଏଯାଏ ହୋଇନାହିଁ ବୋଲି କହିଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ । ଆସନ୍ତା ୧୪ ତାରିଖରେ କରୋନା ସ୍ଥିତିକୁ ନେଇ ମାନବ ସମ୍ବଳ ମନ୍ତ୍ରଣାଳୟର ବୈଠକ ବସିବ। ଏଠାରେ ଦେଶର କରୋନା ସ୍ଥିତିର ସମୀକ୍ଷା କରାଯିବ। ଏହାପରେ ହିଁ ସ୍କୁଲ କେବେ ଖୋଲିବ, ତା’ର ନିଷ୍ପତ୍ତି ନିଆଯିବ। ସେ କହିଛନ୍ତି, “ଶିକ୍ଷାର୍ଥୀ ଓ ଶିକ୍ଷକ ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ। ଏପ୍ରିଲ ୧୪ ପରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ମଧ୍ୟ ଶିକ୍ଷାର୍ଥୀଙ୍କ ପାଠପଢ଼ାରେ ଯେମିତି କିଛି କ୍ଷତି ନ ହେବ, ସେକଥା ନିଶ୍ଚିତ କରିବାକୁ ସରକାର ସବୁ ପ୍ରକାରର ବ୍ୟବସ୍ଥା କରୁଛନ୍ତି।
ଲକଡାଉନ ସରିବା ପରେ ଆମେ ପ୍ରଥମେ ସ୍ଥଗିତ ଥିବା ପରୀକ୍ଷା ଓ ଖାତା ଦେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଯୋଜନା କରୁଛୁ। ତଥାପି ସ୍ଥିତି ଉପରେ ଦୃଷ୍ଟିରେ ରଖି ସବୁ ନିଷ୍ପତ୍ତି ନିଆଯିବ।”
୨୪ ତାରିଖ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିଥିଲେ। ହେଲେ ଏହା ପୂର୍ବରୁ ହିଁ ଦେଶର ବିଭିନ୍ନ ପ୍ରାନ୍ତରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking