29.1 C
Bhubaneswar
Sunday, April 28, 2024
Homeଓଡିଶା୨୫% ସିଟ୍ ସଂରକ୍ଷଣ ପ୍ରସଙ୍ଗ; ୨ବର୍ଷରେ କେତେ ପିଲାଙ୍କୁ ପଢ଼ାଇଛ ରିପୋର୍ଟ ଦିଅ

୨୫% ସିଟ୍ ସଂରକ୍ଷଣ ପ୍ରସଙ୍ଗ; ୨ବର୍ଷରେ କେତେ ପିଲାଙ୍କୁ ପଢ଼ାଇଛ ରିପୋର୍ଟ ଦିଅ

ଭୁବନେଶ୍ୱର: ଘରୋଇ ସ୍କୁଲର ପ୍ରିୟାପ୍ରିତି ଏବଂ ମନମ୍ମୁଖୀ କାର୍ଯ୍ୟ ସମ୍ପର୍କରେ ସବୁ ସ୍ତରରେ ବିରୋଧର ସ୍ୱର ଉଠିବା ପରେ ଗଣଶିକ୍ଷା ବିଭାଗର ନିଦ ଭାଙ୍ଗିଛି । ୨୫% କୋଟା ସିଟ୍‌ର ଯାଞ୍ଚ କରାଯିବ । ତେବେ ଯେଉଁ ଘରୋଇ ସ୍କୁଲଗୁଡିକ ସରକାରଙ୍କ ନିୟମକୁ ଅବମାନନା କରିଥିବା ଜଣାପଡ଼ିବ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଶିକ୍ଷା ଅଧିକାର ଆଇନ୍ ଲାଗୁ ହେବା ପରେ ରାଜ୍ୟର ସବୁ ଘରୋଇ ସ୍କୁଲରେ ଗରିବ ପିଲାଙ୍କ ଲାଗି ୨୫ପ୍ରତିଶତ ସିଟ୍ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହି ନିର୍ଦ୍ଦେଶକୁ ଘରୋଇ ସ୍କୁଲ ପାଳନ କରୁଛନ୍ତି ବୋଲି ସ୍କୁଲ କର୍ତ୍ତୃପକ୍ଷ ଲିଖିତ ଭାବେ ପ୍ରତିବର୍ଷ ରିପୋର୍ଟ ଦାଖଲ କରୁଛନ୍ତି । ମାତ୍ର ଘରୋଇ ସ୍କୁଲଗୁଡିକରେ ଗରୀବ ପିଲାଙ୍କ ଲାଗି ସଂରକ୍ଷିତ ସିଟ୍‌ରେ ମ୍ୟାନେଜମେଣ୍ଟ କୋଟା ନାଁରେ ସ୍କୁଲ କର୍ତ୍ତୃପକ୍ଷ ଅଧିକ ଫି’ ଆଦାୟ କରି ପିଲାଙ୍କୁ ନାମ ଲେଖାଉଛନ୍ତି । ଫଳରେ ଗରୀବ ପିଲାମାନେ ସେମାନଙ୍କର ଅଧିକାର ପାଇବାରୁ ବଞ୍ôଚତ ହୋଇଛନ୍ତି । ରାଜ୍ୟରେ ଥିବା ପ୍ରାୟ ୬୫୦ ଘରୋଇ ସ୍କୁଲରେ ବ୍ୟାପକ ଦୁର୍ନିତ ହୋଇଥିବା ଅଭିଯୋଗ ହେବା ପରେ ସରକାର ଘରୋଇ ସ୍କୁଲ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କେଉଁ ସବୁ ଘରୋଇ ସ୍କୁଲରେ କେତେ ପିଲା ସଂରକ୍ଷିତ ସିଟ୍‌ରେ ପଢ଼ୁଛନ୍ତି ତାହାର ରିପୋର୍ଟ ପ୍ରସ୍ତୁତ କରିବାକୁ ରାଜ୍ୟର ସବୁ ଜିଲ୍ଲାଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହି ରିପୋର୍ଟ ଜୁନ ଶେଷ ସୁଦ୍ଧା ବିଭାଗ ପାଖରେ ଦାଖଲ କରିବାକୁ ମଧ୍ୟ କୁହାଯାଇଛି । ତେବେ ଯେଉଁ ସ୍କୁଲରେ ଅନିୟମିତତା ଥିବା ଜଣାପଡ଼ିବ ସେହି ସ୍କୁଲ କର୍ତ୍ତୃପକ୍ଷଙ୍କ ଆସନ୍ତା ସ୍କୁଲରେ ତାଲା ପଡ଼ିବ ବୋଲି ଜଣାପଡ଼ିଛି । ବିଶେଷକରି ଖୋର୍ଦ୍ଧା ଜିଲ୍ଲାରେ ଏପରି ଅବ୍ୟବସ୍ଥାକୁ ନେଇ ଅଭିଭାବକମହାସଂଘ ଆନ୍ଦୋଳନକୁ ମଧ୍ୟ ନିକଟ ଅତୀତରେ ଓହ୍ଲାଇଥିଲେ ।
ପୂର୍ବରୁ ବହୁବାର ଗରିବ ପିଲାଙ୍କୁ ପଢ଼ିବାର ସୁଯୋଗ ନଦେଲେ ଘରୋଇ ସ୍କୁଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି ସରକାର ଚେତାବନୀ ଦେଇଥିଲେ । ମାତ୍ର ଗରିବ ପିଲାଙ୍କ ୨୫ପ୍ରତିଶତ ସିଟ୍ ଲାଗି ଯେଉଁ ନିୟମ ଧାର୍ଯ୍ୟ ହୋଇଛି, ସେପରି ପିଲା ମିଳୁନାହାନ୍ତି ବୋଲି କିଛି ଘରୋଇ ସ୍କୁଲ କର୍ତ୍ତୃପକ୍ଷ ସଫେଇ ଦେଇଥିଲେ । ଏପରିକି ସମ୍ପୃକ୍ତ ସିଟ୍ ଲାଗି କୌଣସି ସ୍ୱତନ୍ତ୍ର ଆବେଦନପତ୍ର ଆସିନଥିବାରୁ ସମ୍ପୃକ୍ତ ସିଟ୍ ଖାଲି ପଡ଼ିଛି ବୋଲି ମଧ୍ୟ କର୍ତ୍ତୃପକ୍ଷ ଦର୍ଶାଉଥିଲେ । ମାତ୍ର ସଂରକ୍ଷିତ ସିଟ୍‌ରେ ନାମଲେଖା ଲାଗି ଘରୋଇ ସ୍କୁଲର କର୍ତ୍ତୃପକ୍ଷ ଗରୀବ ଅଭିଭାବକଙ୍କୁ ଯେପରି ବ୍ୟବହାର କରୁଛନ୍ତି ସେଥିରେ ଅନେକ ଅଭିଭାବକ ଭୟରେ ଘରୋଇ ସ୍କୁଲରେ ସେମାନଙ୍କ ପିଲାଙ୍କୁ ପଢ଼ାଇବାକୁ ଅନିଛା ପ୍ରକାଶ କରୁଛନ୍ତି । ଏପରି ଅଭିଯୋଗ ମିଳିବା ପରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘରୋଇ ସ୍କୁଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି । କମିଟି ଜିଲ୍ଲାର ସବୁ ଘରୋଇ ସ୍କୁଲରେ ୨୫% ସଂରକ୍ଷିତ ସିଟ୍‌ରେ ଗତ ୨ବର୍ଷ ହେବ କେତେ ପିଲା ପଢ଼ୁଛନ୍ତି ତାହା ରିପୋର୍ଟ ଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking