27.1 C
Bhubaneswar
Tuesday, May 7, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟୁକ୍ରେନରେ ବିଗିଡ଼ୁଛି ସ୍ଥିତି: ଦେଶ ଛାଡ଼ୁଛନ୍ତି ପ୍ରବାସୀ, ସ୍ୱଦେଶ ଫେରିଲେ ୨୪୨ ଭାରତୀୟ

ୟୁକ୍ରେନରେ ବିଗିଡ଼ୁଛି ସ୍ଥିତି: ଦେଶ ଛାଡ଼ୁଛନ୍ତି ପ୍ରବାସୀ, ସ୍ୱଦେଶ ଫେରିଲେ ୨୪୨ ଭାରତୀୟ

ନୂଆଦିଲ୍ଲୀ : ଗୋଟିଏ ପଟେ ରଷିଆ-ୟୁକ୍ରେନ ବିବାଦ ବଢ଼ିବାରେ ଲାଗି ଥିବାବେଳେ ଅନ୍ୟପଟେ ରଷିଆ ଉପରେ ଆମେରିକା କଟକଣା ଲଗାଇଛି । ରଷିଆ ସହ ସମସ୍ତ ବ୍ୟବସାୟିକ ସମ୍ପର୍କ, ଆର୍ôଥକ ସହାୟତା ଉପରେ ଆମେରିକା କଟକଣା ଲଗାଇଛି । ଋଷିଆ ସହ ୟୁରୋପ ମହାଦେଶ ତଥା ଆମେରିକାରେ ହେଉଥିବା ଆର୍ôଥକ କାରବାର ଉପରେ ଆମେରିକା ରାଷ୍ଟ୍ରପତି ରୋକ ଲଗାଇଛନ୍ତି । ସେପଟେ ୟୁକ୍ରେନ୍‌ର ପୂର୍ବ ସୀମାରେ ଉତ୍ତେଜନା ଲାଗି ରହିଛି । ଗତକାଲି ପୂର୍ବ ସୀମାରେ ୟୁକ୍ରେନ୍ ସେନାର ଜଣେ ଯବାନ ପ୍ରାଣ ହରାଇଥିବା ଅନ୍ତଜାର୍ତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏବେ ବି ୟୁକ୍ରେନ୍‌ର ୬ ଜଣ ଯବାନ ନିଖୋଜ ଥିବା ଜଣାପଡ଼ିଛି । ଘଟଣାକୁ ନେଇ ୟୁକ୍ରେନ୍ ସରକାର ଉଦବେଗ୍ ପ୍ରକାଶ କରିବା ସହ ଏଥିପାଇଁ ରଷିଆକୁ ଦାୟୀ କରିଛନ୍ତି । ୟୁକ୍ରେନରେ ସ୍ଥିତି ବିଗିଡ଼ିବା ପରେ ଦେଶ ଛାଡ଼ୁଛନ୍ତି ପ୍ରବାସୀ । ୟୁକ୍ରେନ୍‌ରେ ଥିବା ୨୪୨ ଜଣ ଭାରତୀୟ ସ୍ୱଦେଶ ଫେରିଛନ୍ତି । ଏମାନଙ୍କ ମଧ୍ୟରେ ଅଧିକାଂଶ ଡାକ୍ତରୀ ଛାତ୍ରଛାତ୍ରୀ ଅଛନ୍ତି । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ୨୪୨ ଜଣ ଭାରତୀୟ ଗତକାଲି ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲେ । ଏହାପରେ ସମସ୍ତ ଯାତ୍ରୀଙ୍କୁ ନିଜ ରାଜ୍ୟକୁ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ସ୍ୱଦେଶ ଫେରିବା ପରେ ଆଶ୍ୱସ୍ତ ଅନୁଭବ କରିଛନ୍ତି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ । ୟୁକ୍ରେନ୍‌ରେ ସ୍ଥିତି ଏବେ ଯାଏ ସାମାନ୍ୟ ଥିବା ଭାରତୀୟ ଛାତ୍ରଛାତ୍ରୀ କହିଛନ୍ତି । କେବଳ ଅଭିଭାବକଙ୍କ ଚିନ୍ତା ଓ ଭବିଷ୍ୟତର ଆଶଙ୍କା ପାଇଁ ସ୍ୱଦେଶ ଫେରିଥିବା ସେମାନେ କହିଛନ୍ତି । ୟୁକ୍ରେନ୍‌ରେ ଯୁଦ୍ଧ ଆଶଙ୍କା ଦେଖା ଦେବା ପରେ ଦେଶ ଛାଡ଼ିବାକୁ ଭାରତୀୟ ଦୂତାବାସ ଗାଇଡ୍‌ଲାଇନ୍ ଜାରି କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking