35.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶପ୍ରବଳ ବର୍ଷା ଓ ଭୂସ୍ଖଳନ ପାଇଁ ଜମ୍ମୁ-କାଶ୍ମୀର ରାଜପଥ ବନ୍ଦ

ପ୍ରବଳ ବର୍ଷା ଓ ଭୂସ୍ଖଳନ ପାଇଁ ଜମ୍ମୁ-କାଶ୍ମୀର ରାଜପଥ ବନ୍ଦ

ଜମ୍ମୁ : ପ୍ରବଳ ବର୍ଷା ଓ ଭୂସ୍ଖଳନ ପରେ ଯାତାୟତ ପାଇଁ ଜାମ୍ମୁ ଶ୍ରୀନଗର ରାଜପଥ ବନ୍ଦ ରହିଛି । ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ଓ ତୁଷାରପାତ ହେଉଛି । ଏହାର ପ୍ରଭାବ ରାଜପଥ ସହ ବିମାନ ଉଡ଼ାଣ ଉପରେ ମଧ୍ୟ ପଡିଛି । କାଶ୍ମୀରରେ ତୁଷାରପାତ ହେତୁ ବାୟୁ ଏବଂ ରେଳ ସେବା ପ୍ରଭାବିତ ହୋଇଛି । ଖରାପ ପାଗକୁ ଦୃଷ୍ଟିରେ ରଖି କାଶ୍ମୀର ବିଶ୍ୱବିଦ୍ୟାଳୟରେ ଆଜି ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ ପାହାଡ ଏବଂ ଭୂସ୍ଖଳନରୁ ପଥର ଖସିବା କାରଣରୁ ରାଜପଥରେ ଯାତାୟାତ ବନ୍ଦ ହୋଇଯାଇଛି ।
ଏହି କାରଣରୁ ଅନେକ ଯାନ ବିଭିନ୍ନ ସ୍ଥାନରେ ଅଟକି ରହିଛି । ରାମବାନ୍ ଜିଲ୍ଲାର କେତେକ ସ୍ଥାନ ସହ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଯାତାୟତ ବନ୍ଦ ରଖାଯାଇଛି । ଜାମ୍ମୁ କିମ୍ବା ଶ୍ରୀନଗରକୁ ଯାଉଥିବା କୌଣସି ଯାନକୁ ଯିବା ପାଇଁ ଅନୁମତି ଦିଆଯାଇ ନାହିଁ ।ଏହି ସମୟରେ କାଶ୍ମୀରରେ ପ୍ରବଳ ତୁଷାରପାତ ହେତୁ ବାନିହାଲରୁ କାଜିକିକୁଣ୍ଡ ପର‌୍ୟ୍ୟନ୍ତ ଟ୍ରେନ ସେବା ପ୍ରଭାବିତ ହୋଇଛି । ଶ୍ରୀନଗର ବିମାନ ବନ୍ଦରରୁ ବିମାନ ଚଳାଚଳ କରିବାରେ ସମସ୍ୟା ଦେଖାଦେଇଛି । ଶ୍ରୀନଗର ସହରରେ ବରଫ ପାଞ୍ଚରୁ ଛଅ ଫୁଟ ମଧ୍ୟରେ ଏବଂ ଗୁଲମର୍ଗରେ ୧୫ ଫୁଟ ପର‌୍ୟ୍ୟନ୍ତ ତୁଷାରପାତ ହୋଇଥିଲା ।
ଖରାପ ପାଗକୁ ଦୃଷ୍ଟିରେ ରଖି କାଶ୍ମୀର ବିଶ୍ୱବିଦ୍ୟାଳୟ ବୁଧବାର ଦିନ ହେବାକୁ ଥିବା ବିଶ୍ୱବିଦ୍ୟାଳୟର ସମସ୍ତ ୟୁଜି, ପିଜି ଏବଂ ବୃତ୍ତିଗତ ପାଠ୍ୟକ୍ରମର ପରୀକ୍ଷାକୁ ସ୍ଥଗିତ ରଖିଛି । ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ସ୍ଥଗିତ ପ୍ରଶ୍ନପତ୍ର ପାଇଁ ପାଇଁ ନୂତନ ତାରିଖ ଖୁବ ଶୀଘ୍ର ଜାରି କରାଯିବ ।
ଅନନ୍ତନାଗ, କୁଲଗାମ କାଜିଗୁଣ୍ଡ, ବନିହାଲ, ଜବାହର ଟନେଲରେ ତୁଷାରପାତ ହୋଇଛି । ଜାମ୍ମୁ, ଉଦାମପୁର, କିଶତବାଡ, ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବର୍ଷା ଜାରି ରହିଛି । ଗୁରୁବାର ଦିନ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତ୍ରା କରିବା ପୂର୍ବରୁ ଲୋକଙ୍କୁ ନିୟନ୍ତ୍ରଣ କକ୍ଷ ସହିତ ଯୋଗାଯୋଗ କରିବାକୁ ଟ୍ରାଫିକ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି । ଏଥିପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ପାଣିପାଗ କେନ୍ଦ୍ରର ଅଧିକାରୀମାନେ କହିଛନ୍ତି ଜାମ୍ମୁ କାଶ୍ମୀରର ଅଧିକାଂଶ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେତୁ ତୁଷାରପାତ ହୋଇଛି । ଜାମ୍ମୁ ଅଞ୍ଚଳରେ ୧-୨ ଫୁଟ ବରଫ ଏବଂ ବଜ୍ରପାତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking