38.1 C
Bhubaneswar
Friday, April 26, 2024
Homeଅପରାଧନକଲି ଡାକ୍ତର ରମେଶ ସ୍ୱାଇଁର ଭଉଣୀ ରଶ୍ମିତା ଗିରଫ, ସ୍ୱାମୀ ସହ ମିଶି ଭାଇକୁ କରୁଥିଲେ...

ନକଲି ଡାକ୍ତର ରମେଶ ସ୍ୱାଇଁର ଭଉଣୀ ରଶ୍ମିତା ଗିରଫ, ସ୍ୱାମୀ ସହ ମିଶି ଭାଇକୁ କରୁଥିଲେ ସହଯୋଗ 

ଭୁବନେଶ୍ୱର : ନକଲି ଡାକ୍ତର ରମେଶ ସ୍ୱାଇଁର ଭଉଣୀ ରଶ୍ମିତା ଗିରଫ । ପଚରାଉଚରା ପରେ ତାକୁ ଗିରଫ କରିଛି କମିଶନରେଟ ପୋଲିସ । ଠକେଇରେ ରମେଶକୁ ଭଉଣୀ ଓ ତାଙ୍କ ସ୍ୱାମୀ ସହଯୋଗ କରୁଥିବା ସୂଚନା ମିଳିଛି । ଅଧିକ ତଦନ୍ତ ପାଇଁ ଭଉଣୀ ରଶ୍ମିତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି । ରଶ୍ମିତାଙ୍କ ସ୍ୱାମୀ ଗଣେଶ ଏବେ ବି ଫେରାର ଅଛି । ଏପଟେ ଆଜି ସରୁଛି ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ରିମାଣ୍ଡ । ଅଧିକ ତଦନ୍ତ ପାଇଁ ପୁଣି ୭ ଦିନ ରିମାଣ୍ଡ ପାଇଁ ଆବେଦନ କରିବ କମିଶନରେଟ୍ ପୋଲିସ । ତଦନ୍ତ ବଢିବା ସହ ଖୋଲୁଛି ନକଲି ଡାକ୍ତର ରମେଶର ଗୋଟିଏ ପରେ ଗୋଟିଏ ଗୁମର । ସ୍ୱତନ୍ତ୍ର ଟିମ୍ କରି ରମେଶର ଠକେଇ ମାମଲାର ତଦନ୍ତ ଚାଲିଛି । ଲମ୍ବି ଚାଲିଛି ଠକେଇ ତାଲିକା । କଟକ ଜିଲ୍ଲା ଖୁଣ୍ଟୁଣିରେ ୧୫ରୁ ୨୦ ଏକର ଜମିରେ ରହିଛି ଫାର୍ମ ହାଉସ । ଏହି ଫାର୍ମ ହାଉସ ୨ୟ ପତ୍ନୀଙ୍କ ନାଁରେ ରହିଛି । ‘ମିଥ୍ୟା ପ୍ରମାଣପତ୍ର ଦେଇ ରମେଶ କିଣିଥିବା ୨ଟି କାର୍ ଜବତ ବି ହୋଇଛି । ରମେଶ ନାଁରେ ଏଯାଏ ୧୫ରୁ ଅଧିକ ମାମଲା ରୁଜୁ ହେଲାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking