28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୪ହଜାର ଟପିଲା, ୨୪ଘଣ୍ଟାରେ ସର୍ବାଧିକ ୨୯ହଜାର ୪୨୯ ଆକ୍ରାନ୍ତ ଚିହ୍ନଟ

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୪ହଜାର ଟପିଲା, ୨୪ଘଣ୍ଟାରେ ସର୍ବାଧିକ ୨୯ହଜାର ୪୨୯ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ ଭୟଙ୍କର ହେଉଛି କରୋନା । ଦିନକୁ ଦିନ ଦେଶରେ କରୋନା ସ୍ଥିତି ଗମ୍ଭୀର ହେଉଛି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୪ହଜାର ୩୦୯କୁ ବୃଦ୍ଧିପାଇଛି । ବତ୍ତର୍ମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୩୬ହଜାର ୧୮୧କୁ ବୃଦ୍ଧି । ୨୪ଘଣ୍ଟାରେ ସର୍ବାଧିକ ୨୯ହଜାର ୪୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବାେବେଳ ୫୮୨ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ଦେଶରେ ୩ଲକ୍ଷ ୧୯ହଜାର ୮୪୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବାବେଳେ ୫ଲକ୍ଷ ୯୨ହଜାର ୩୨ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୨ଲକ୍ଷ ୬୭ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବାେବେଳ ୧୦ହଜାର ୬୯୫ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।  ଦିଲ୍ଲୀରେ – ୩୪୪୬, ଗୁଜୁରାଟ – ୨୦୬୯, ତାମିଲନାଡୁରେ – ୨୦୯୯ ମୃତ୍ୟୁବରଣ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking