33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପଞ୍ଜାବରେ ବିଷାକ୍ତ ମଦ ପିଇ ଗଲାଣି ୨୧ ଜୀବନ

ପଞ୍ଜାବରେ ବିଷାକ୍ତ ମଦ ପିଇ ଗଲାଣି ୨୧ ଜୀବନ

ଚଣ୍ଡିଗଡ: ପଞ୍ଜାବରେ ମଦମୃତ୍ୟୁ ସଂଖ୍ୟା ବଢିଚାଲିଛି । ବିଷାକ୍ତ ମଦ ପିଇବା ପରେ ହସ୍ପିଟାଲରେ ଜଣକ ପରେ ଜଣକର ମୃତ୍ୟୁ ହେଉଛି। ସଙ୍ଗରୁର ଜିଲ୍ଲାରେ ପ୍ରଥମେ ୪ ଜଣଙ୍କ ମୃତ୍ୟୁ ଖବର ଆସିଥିବା ବେଳେ ଏହି ସଂଖ୍ୟା ଏବେ ୨୧ରେ ପହଞ୍ଚିଛି । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ କିଛି ଅସୁସ୍ଥଙ୍କ ମୃତ୍ୟୁ ପରେ ମୋଟ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି ।

ଏବେ ବି ଆହୁରି ଅନେକ ଲୋକ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁସାରେ, ବିଷାକ୍ତ ମଦ ପିଇବା ଯୋଗୁଁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ଅତିକମରେ ୪୦ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତ ବୁଧବାର ଦିନ ପ୍ରଥମେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ପରେ ଆଉ ୭ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ । ଗତକାଲି ଗୋଟିଏ ଦିନରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଜି ପୁଣି ୪ ଜଣ ଅସୁସ୍ଥଙ୍କ ମୃତ୍ୟୁ ହୋଇଛି । ଏହାରି ସହିତ ସଙ୍ଗରୁର୍ ଜିଲ୍ଲାରେ ମୋଟ ବିଷାକ୍ତ ମଦ ମୃତ୍ୟୁସଂଖ୍ୟା ୨୧ରେ ପହଞ୍ଚିଛି ।

ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସମେତ ଅଦ୍ୟାବଧି ୪ ଜଣଙ୍କୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଗୁରଲାଲ ସିଂହ ଏବଂ ତା’ର ଅନ୍ୟ ୩ ସହଯୋଗୀଙ୍କୁ ସଙ୍ଗରୁର ପୋଲିସ ହେପାଜତକୁ ନେଇ ତଦନ୍ତ କରୁଛି । ୪ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଥିବା ସଙ୍ଗରୁର ଏସଏସପି ସରତାଜ ସିଂହ ଚହଲ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ପ୍ରଦୀପ ସିଂହ ଓରଫ୍ ବବି, ସୋମା, ସଞ୍ଜୁ ଓ ଅର୍ଶଦୀପ ସିଂହ ବୋଲି ପରିଚୟ ମିଳିଛି । ଅନ୍ୟପଟେ ଏହି ମଦମୃତ୍ୟୁ ଘଟଣାର ତଦନ୍ତ ପାଇଁ ଏଡିଜିପି ଗୁରିନ୍ଦର ଢିଲୋନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଏସଆଇଟି ଟିମ୍ ଗଠନ କରାଯାଇଛି । ଏଥିରେ ପଟିଆଲା ଡିଆଇଜି ହରଚରଣ ଭୁଲ୍ଲାର, ଏସଏସପି ସରତାଜ ଚହଲ, ଅତିରିକ୍ତ କମିଶନର ନରେଶ ଦୁବେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking